STORYMIRROR

Samar Ballav Bhoi

Abstract Tragedy Inspirational

3  

Samar Ballav Bhoi

Abstract Tragedy Inspirational

ଖରା ବେଳେ

ଖରା ବେଳେ

1 min
265


ଖରା ବେଳଟା ଲାଗେ ଖାଁ ଖାଁ

ସହରର କଳା ମଚ୍ ମଚ୍ ପିଚୁ ରାସ୍ତାରେ

ସ୍ବର୍ଯ୍ୟଙ୍କର ଛାଇ ଆଲୁଅର ଖେଳ 

ଚାରି ଆଡ ଦୋକାନ ବଜାର ସବୁ ବନ୍ଦ

ବଡ଼ ବଡ଼ ବରଗଛର ଡାଳରେ

ଚଢେଇ ମାନଙ୍କର କେଁ କଟର ସ୍ବର 

ରାସ୍ତାରେ ଯାଉଥିବା ପଥିକ 

ନିଛାଟିଆ ଖରାରେ ଆଗକୁ ଆଗ

ମାଡି ଚାଲିଥାଏ 

ଜୀବିକା ପାଇଁ ନିଜ ଶରୀରକୁ 

ଖରା ବେଳେ ସିଝାଇ ସିଝାଇ 

ଗଢି ଚାଲିଥାଏ ବଡ଼ ବଡ଼ କୋଠା ଘର 

ଅନ୍ୟର ମୁଣ୍ଡ ଉପରେ ଛାତଟିଏ କରି

ନିଜେ ରହେ କେଉଁ 

ଅଜଣା ସହରେ......!!


ନିର୍ଦ୍ଦୟ ସେ ଖରାବେଳେ

ଶୁନଶାନ୍ ମଶାଣିରେ 

ଜଳି ଜଳି ପାଉଁଶ ହୋଇଯାଉଥିବା 

ସ୍ବପ୍ନ ସବୁ  

ସଦ୍ୟ ବିଧବାର ସିନ୍ଥାଭଳି

ଲାଗୁଥାଏ କାନ୍ଦୁରା କାନ୍ଦୁରା

ବିକଟାଳ ଶବ୍ଦ ପରି ଅଟହାସ୍ୟ 

କରୁଥାଏ ନିଛାଟିଆ ଖରାବେଳେ।।


ଚୁଲିରେ ନିଆଁ ଜାଳିଲା ପରି

ଚରିଯାଏ ଚାରିଆଡ଼େ ନିଆଁ

ରାସ୍ତା ଘାଟ, ଉତ୍ତପ୍ତ ବାଲୁକା ରାଶିରେ

ଧୂଳି ଝଡ଼ , ଖଣ୍ଡିଆଭୂତ ହୋଇ

ନାଚି ଉଠେ ଝାଞ୍ଜି ଖରା 

ନଈପଠା ଓ ଆମ୍ବ ତୋଟାରେ

ସେହି ବିବଶ ଖରାବେଳେ।।


ଖରାଦିନ ଖରାର ଲହ ଲହ ଜିଭ

ଅନବରତ ଶୋଷି ଚାଲିଥାଏ 

ରସ ସବୁ ଦେହ, ମନ, ବୃକ୍ଷଲତାରୁ, 

ବସ୍ତି ଓ ବିପଣୀ ,ମାଟି ଓ ସମୁଦ୍ରରୁ

ସତେକି କ୍ଷୁଧାତୁର ମଣିଷ ପରି 

ସବୁକିଛି ପୋଛିନିଏ ନିମିଷକେ

ଚାହୁଁ ଚାହୁଁ .......

ସତରେ କେତେ ଅବିବେକି

ସେହି ଖରାବେଳେ।।  


ସବୁଥିରେ ଶେଷ ଥିଲା ପରି

ଜଣାଅଛି ଏହି ଧରା ଧାମେ

ଜଣେ କ୍ରୁର ନିଷ୍ଠୁର ଶାସକର 

ଶେଷଦିନ ଆସିଲା ପରି

କଷ୍ଟ ଦାୟକ , ଜଳାଇ ଚାଲିଥବ

ଏ ଖରାବେଳେ, ଗ୍ରୀଷ୍ମ ବେଳ

ଯେ ପର୍ଯ୍ୟନ୍ତ ବାଜି ନାହିଁ

ବରଷା ରାଣୀର ଆଗନ୍ତୁକ

ମୌସୁମିର ନାଗରା।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract