STORYMIRROR

Mr.GAGAN BIHARI NAYAK

Romance

3  

Mr.GAGAN BIHARI NAYAK

Romance

ଖୋଜେ ଠିକଣା

ଖୋଜେ ଠିକଣା

1 min
10



ଆଖିରେ ଆଖିଏ ଲୁହ

ବୁକୁରେ ଅମାପ କୋହ

ବଞ୍ଚିବାକୁ ଭାବେ ହେଲେ

ବଞ୍ଚି ପାରେନା -

ଅତୀତର ସ୍ମୃତି ମୋତେ

କ୍ଷମା ଦିଏନା ।୦।


ସପନ ଦେଖିବା ମନ

ଝୁରି ହେଉଥିଲା ଦିନ ।

ଅଜଣା କମ୍ପନ ଆସି

ଖେଳୁଥିଲା ଶିହରଣ ।

ଭାବୁଥିଲି ନିରବରେ

କାରେ ଜାଣେନା ।।୧।।


ସ୍ମୃତିର ଦଂଶନେ ଆଜି

ଆହତରେ ପଡେ ଭାଜି ।

ମନ ଝରକାରେ କିଏ

ବାର ବାଂର ଡାକେ ଆଜି ।

କାନଡେରି ଶୁଣେ ହେଲେ

ଯାଇ ପାରେନା ।।୨।।


ଆସିବନି ଗଲାଦିନ

ଦେଇଗଲା ହୃଦେ ଚିହ୍ନ ।

ରହିଗଲା କେତେ କଥା

ଆଜିବ ସେ ଅମଳିନ।

ମିଳିବନି ପତା ସେତ

ହଜା ଠିକଣା ।।୩॥




Rate this content
Log in

Similar oriya poem from Romance