କହ୍ନେଇ ଆମର ଦୁହୁଁଛି ଗାଈ
କହ୍ନେଇ ଆମର ଦୁହୁଁଛି ଗାଈ
ଆସ କେ ଦେଖିବ ଆସରେ ଭାଇ,
କହ୍ନେଇ ଆମର ଦୁହୁଁଛି ଗାଈ ।
'ନନ୍ଦିନୀ' ସୁଧାର ଭାରି;
ଚିରରେ ତାହାର ହାତ ଦେଉ ଦେଉ
କ୍ଷୀର ଯାଉଅଛି ଝରି ।
ଦେଖୁଛନ୍ତି କେତେ ହୋଇକି ରୁଣ୍ଡ,
ସୁବଳ ନଇଁକି ଦେଖାଏ ତୁଣ୍ଡ ।
କାହ୍ନା କରି କଉତୁକ;
ତା' ମୁଖକୁ କ୍ଷୀର ପିଚକାରି ମାରେ
ପିଅଇ ସେ ଢକ ଢକ ।
ନନ୍ଦ ବାବା ସେଠି ଦେଖନ୍ତି ବସି,
କୃଷ୍ଣ କାର୍ଯ୍ୟେ ସବୁ ସଖାଏ ଖୁସି ।
କାମିକା ହେଲାଣି ପୁଅ;
ବଳରାମ ତାକୁ ସାହାଯ୍ୟ କଲାଣି
ଛୁଟୁଛି ଆନନ୍ଦ ସୁଅ ।
ଅଭିଯୋଗ ଧରି ଗୋପିଏଁ ଏବେ,
ଆସିବେନି ଆଉ ଘରକୁ କେବେ ।
କାହ୍ନା କଲା ବୋଲି ଚୋରି;
ନନ୍ଦ ରାଣୀ ଟିକେ ଶାନ୍ତିରେ ରହିବେ
ପୁଅ ଚିନ୍ତା ଯିବ ସରି ।।
