STORYMIRROR

Bharatabandhu Biswal

Tragedy Inspirational Children

4  

Bharatabandhu Biswal

Tragedy Inspirational Children

ଖଜୁରୀ ଗଛର କି ଗୁଣ ଗାଇବି

ଖଜୁରୀ ଗଛର କି ଗୁଣ ଗାଇବି

1 min
225


ସଲଖ ସୁନ୍ଦର ମୂଲ୍ଯବାନ ଗଛ

ଶାଳ ଶିଶୁ ପିଆଶାଳ

ଉଭାନ ଅନେକ ହୋଇ ସାରିଲାଣି

ପଦା ହେଉଛି ଜଙ୍ଗଲ ।


ତିଆରି ହେଉଛି ନୂଆ ରାସ୍ତାଘାଟ 

କାରଖାନା କୋଠାବାଡି

ଅବିଚାରେ ଆମ ସବୁଜ ସୁନ୍ଦର 

ପ୍ରକୃତି ଗଲା ଉଜୁଡି ।


ବଢୁଅଛି ତୀବ୍ର ବାୟୁ ପ୍ରଦୂଷଣ 

ଅମ୍ଳଜାନ ମାତ୍ରା କମ 

ବ୍ଯାପୁଅଛି ରୋଗ ବ୍ଯାଧି ମହାମାରୀ

ମିଳେନାହିଁ ଉପଶମ ।


ବଢୁଛି ଭୂମିରେ କଂକ୍ରିଟ ଜଙ୍ଗଲ

ମୃତ୍ତିକାର ଅବକ୍ଷୟ

ଭୂତଳ ଜଳର ଖସିଯାଏ ସ୍ତର

ହାୟ ହୁତାଶନ ଥୟ ।


ବୃଷ୍ଟିପାତ ଆଉ ହେଉନି ପ୍ରଚୂର

ଆଗପରି ନିୟମିତ

ବୃଦ୍ଧି ହୁଏ କ୍ରମେ ମରୁଭୂମି ସୀମା

ଶୁଷ୍କ ନଦୀ ଜଳସ୍ରୋତ ।


ବଢୁଅଛି ବାତ୍ଯା ଅଦିନିଆ ଝଡ

ବନ୍ଯା ବିତ୍ପାତ ପ୍ରଳୟ

ତରଳେ ବରଫ ଫଟାଏ ପାହାଡ

ଧନଜନ ହୁଏ କ୍ଷୟ ।


ମୁଣ୍ଡ ଟେକି ଜନ୍ମେ କଣ୍ଟାବୁଦା ଗୁଳ୍ମ

ଆସୁଛି ସଙ୍କଟ ମାଡି

ତଥାପି ମଣିଷ ହେଉନି ସତର୍କ 

ଖୋଜୁଛି ଉଦ୍ଧାର ବାଟ ।


ଯୋଜନା ନାମରେ ଚାଲେ ହରିଲୁଟ

ଅବସ୍ଥା ତ ତଥୈବଚ

ଖଜୁରୀ ଗଛର କି ଗୁଣ ଗାଇବି

ମୂଳରୁ ପାହାଚ ପାହାଚ ।


    


Rate this content
Log in

Similar oriya poem from Tragedy