STORYMIRROR

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

ଖେଳନ୍ତୁନି

ଖେଳନ୍ତୁନି

1 min
369

କାହା ହୃଦୟ ସହିତ

ଖେଳନ୍ତୁନି ଆଜ୍ଞା ଖେଳନ୍ତୁନି

କାହା ଚରିତ୍ର ସହ ଖେଳନ୍ତୁନି

କାହା ଭାବାବେଗ ସହ ଖେଳନ୍ତୁନି ।


ମିତ୍ରତା ନାମେ

ମିତ୍ରତା ରେ ବିଷ ଦିଅନ୍ତୁନି

ମିତ୍ର ଦ୍ରୋହ କର୍ମ କରନ୍ତୁନି

ପ୍ରେମ ଦ୍ଵାହି ଦେଇ

ପ୍ରେମିକ କିମ୍ବା ପ୍ରେମିକା

ହୃଦୟକୁ କେହି ମାରନ୍ତୁନି।


ମିଛ ଅଭିନୟ କରି

ମିତ୍ରତା ନାମେ

ମୁଖ ପୁସ୍ତିକା ର 

ବନ୍ଧୁ ବାନ୍ଧବୀ ସାଜି

କାହା ଘର ସଂସାର ଭାଙ୍ଗନ୍ତୁନି

ପ୍ରେମ ଜାଲେ ଫସାଇ

ମିଛ ପ୍ରତିଶ୍ରୁତି ଦେଇ

ଆର୍ଥିକ ମାନସିକ ଚାପେ

କେଉଁ ସଦ୍ ଜନଙ୍କ

ନକରାତ୍ମକ ଭାବାବେଗକୁ

ଜଗାନ୍ତୁନି ମୋ

ଭାଇ ଭଉଣୀ ଜଗାନ୍ତୁନି ।


କବି ଭାବୁକଙ୍କ

ଭାବନା ସହିତ ଖେଳନ୍ତୁନି

ସେମାନେ ଦେଶର ରକ୍ଷକ

ସମାଜ ରକ୍ଷକ

ଦେଶର ଉନ୍ନତି 

ଦେଶର ପ୍ରଗତି ର ମୁଖ୍ୟ

ତାଙ୍କ ଚରିତ୍ର ଚିତ୍ରଣ କରନ୍ତୁନି

ମିଛ ମାୟା ଜାଲେ ଫସାଇ ତାଙ୍କୁ

ତାଙ୍କ ସୃଜନଶୀଳତା ସହ ଖେଳନ୍ତୁନି ।


ମିଛ ରୂପ ଲାବଣ୍ୟ ର ଦ୍ଵାହି ଦେଇ

ରୂପ ସୌନ୍ଦର୍ଯ୍ୟରେ ବଶ କରି

କାହା ଚରିତ୍ର ଚିତ୍ରଣ କରନ୍ତୁନି

କାହା ହୃଦୟେ ଆଘାତ ଦେଇ

କାହା ଭାବାବେଗ ସହ ଖେଳନ୍ତୁନି ।


ଭାବରେ ଭାବ ଲଗାଇ

ମିଛ ସମ୍ପର୍କର ଦ୍ଵାହି ଦେଇ

ପ୍ରେମ ସମ୍ପର୍କକୁ ପ୍ରେମକୁ

ବିଷାକ୍ତ କରନ୍ତୁନି

ବୁଦ୍ଧିଜୀବିଙ୍କୁ ଫସାଇବାକୁ ଯାଇ

ନିଜେ ଲୋକ ହସା ହୁଅନ୍ତୁନି

ନିଜେ ଲୋକ ହସା 

ହେବା ସଙ୍ଗେ ସଙ୍ଗେ

କାହା ଚରିତ୍ର କୁ ନିନ୍ଦନ୍ତୁନି

ନିଜେ ନିନ୍ଦିତ ହୋଇ

କାହା ଚିନ୍ତା ଚରିତ୍ର ସହ

ଖେଳନ୍ତୁନି ଆଜ୍ଞା ଖେଳନ୍ତୁନି ।   


Rate this content
Log in

Similar oriya poem from Abstract