ଖାଲି
ଖାଲି
ଗାଁ ଶେଷ ମୁଣ୍ଡ ବରଗଛେ
ଲଟକିଛି ସ୍ୱାଭିମାନ
ଛଣ ଗଦା ସେପଟେ ମୁହଁ ଲୁଚାଇଛି
ଆତ୍ମସମ୍ମାନ
ଭଙ୍ଗା କୂଅ ଭିତରେ ଲୁଛିଛି ଶାନ୍ତି
ଘନ ଜଙ୍ଗଲରେ ହଜିଛି ଖୁସି।
ମୁଁ ବାଇଆ
ଏମାନଙ୍କୁ ଖୋଜି
ଏମାନର କଣ ଜୀବିତ ଯେ
ମୁଁ ଡାକିଲେ ଓ କରିବେ
ମୂର୍ଦ୍ଦାର କଣ କଥା କୁହେ !
ଖୋଜୁଛି
ଗଳି କନ୍ଦି
ପାହାଡ଼ରୁ ନଈ
ପୃଥିବୀରୁ ଆକାଶ
ସୁନାମିରୁ ବାତ୍ୟା
ସୋରିଷ ଫୁଲରୁ ଜାନୁଆରୀ ଫୁଲଯାଏ
କୁନ୍ତଳା କୁମାରୀଙ୍କଠାରୁ ତସଲିମା ଯାଏ।
ଖୋଜା ସରୁନି
ଶୋଷ ମରୁନି
ମରୁଛି ମୁଁ
କେତେ କମେଇଲି
ମୁଠେଇ ଧରିଲି ମୋର କହି
କିନ୍ତୁ ଖୋଲି ଦେଖେତ
ଖାଲି !
