STORYMIRROR

Satyabati Swain

Tragedy

3  

Satyabati Swain

Tragedy

ଖାଲି

ଖାଲି

1 min
331

ଗାଁ ଶେଷ ମୁଣ୍ଡ ବରଗଛେ

ଲଟକିଛି ସ୍ୱାଭିମାନ

ଛଣ ଗଦା ସେପଟେ ମୁହଁ ଲୁଚାଇଛି

ଆତ୍ମସମ୍ମାନ

ଭଙ୍ଗା କୂଅ ଭିତରେ ଲୁଛିଛି ଶାନ୍ତି

ଘନ ଜଙ୍ଗଲରେ ହଜିଛି ଖୁସି।


ମୁଁ ବାଇଆ

ଏମାନଙ୍କୁ ଖୋଜି

ଏମାନର କଣ ଜୀବିତ ଯେ

ମୁଁ ଡାକିଲେ ଓ କରିବେ

ମୂର୍ଦ୍ଦାର କଣ କଥା କୁହେ !


ଖୋଜୁଛି

ଗଳି କନ୍ଦି

ପାହାଡ଼ରୁ ନଈ

ପୃଥିବୀରୁ ଆକାଶ

ସୁନାମିରୁ ବାତ୍ୟା

ସୋରିଷ ଫୁଲରୁ ଜାନୁଆରୀ ଫୁଲଯାଏ

କୁନ୍ତଳା କୁମାରୀଙ୍କଠାରୁ ତସଲିମା ଯାଏ।


ଖୋଜା ସରୁନି

ଶୋଷ ମରୁନି

ମରୁଛି ମୁଁ

କେତେ କମେଇଲି

ମୁଠେଇ ଧରିଲି ମୋର କହି

କିନ୍ତୁ ଖୋଲି ଦେଖେତ

ଖାଲି !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy