STORYMIRROR

Satyabati Swain

Tragedy

3  

Satyabati Swain

Tragedy

ଖାଲି

ଖାଲି

1 min
230

ଜୀବନ ମୋର

ଧାଉଁଛି ଖର

ସମୟ ହସେ କର କର।


ବୟସ ନଈ

ଯାଉଛି ବହି

କୁଆଡେ ଯାଏ ଜାଣିନାହିଁ।


ଶୈଶବ ବେଳ

ବାଲିର ଘର

ମିଛି ମିଛିକା ବୋହୁ ଖେଳ।


କୈଶୋର ମନ

ଚଗଲା ପବନ

ଘାଇଲା କୌତୁହଳ ପଣ।


ଯୌବନ ଛୁଆଁ

ଲଗାଏ ନିଆଁ

ଶିଉଳି ପଥ ର କିମିଆଁ।


ପୌଢ଼ ଗଣିତ

ହିସାବ ବହୁତ

ଯୋଡିବାରେ ଖାଲି ତ ବ୍ୟସ୍ତ।


ବାର୍ଦ୍ଧକ୍ୟ ଶୀତ

ବାଘର ମିତ

ମାଡି ବସେ ଯନ୍ତ୍ରଣା ମିତ।


ଉତ୍ତର ବାର୍ଦ୍ଧକ୍ୟ

ଲଙ୍ଗଳା ରୂପ

ସୁନ୍ଦର ରୂପରୁ କୁରୁପ।


ଅଚଳ ଅଙ୍ଗ

ନ ଦିଏ ସଙ୍ଗ

ଶଯ୍ୟାଶାୟୀ ମଲା ବେଙ୍ଗ।


ଶେଷରେ ଚିନ୍ତା

ମଶାଣୀ ଚିତା

ମିଳଇ କି ସ୍ୱର୍ଗର ପତ୍ତା !!


ଖାଲି ଆଇଲି

ଖାଲି ତ ଗଲି

କଣ ପାଇଁ ଏମିତି ହେଲି !!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy