କହ କେବେ ତୁହିଫେରିବୁ କାଲିଆ ?
କହ କେବେ ତୁହିଫେରିବୁ କାଲିଆ ?
କହ କେବେ ତୁହି ଫେରିବୁ କାଲିଆ
ଶୁନ୍ୟ ଆଜି ଶ୍ରୀମନ୍ଦିର ସିଂହଦ୍ଵାର
ଭକ୍ତଗଣ ତତେ ଝୁରୁଛନ୍ତି ଆଜି
କରି ଦେଲୁ କି ତୁ ତାଙ୍କୁ ପର।
ପୋଢ଼ ପିଠା ଖାଇ ମାଉସୀର ହାତେ
ଯାଇଛୁ କି ସବୁ ଭୁଲି
ଭକ୍ତି ଭାବ ପ୍ରେମ ଠାରୁ ବାସଲ୍ୟ ମମତା
ହୋଇଗଲା କିରେ ଭାରି ।
ତୋ ବାଇଶି ପାହାଚେ ବାଟ ତୋ ଦେଖୁଛି
ଲୁହଭିଜା ନୟନରେ
ବୋଲ ମାନୁଥିବୁ ମାଉସୀର କଥା
ତୋ ପାଦେ ଅର୍ଦ୍ଦଳି କରେ ।
ଲକ୍ଷ୍ମୀ ସାଆନ୍ତାଣି ରୋଷ କରିଛନ୍ତି
କାହିଁକି ଯେ ତାଙ୍କୁ ଛାଡ଼ି ଗଲ?
ତୁମର ବିହୁନେ ତାଙ୍କ ପ୍ରାଣ ଆଜି
ହେଉଅଛି କଲବଲ।
ରାଗେ ତମତମ ସିଏ କହିଛନ୍ତି
ହେରା ପଞ୍ଚମୀରେ ଯିବେ
ତୁମ ନନ୍ଦିଘୋଷ ରାଗରେ ଭାଙ୍ଗିବେ
କିପରି ସେ ମତେ ଛାଡ଼ି ଯିବେ?
ଅଭିମାନୀ ମୋର ଲକ୍ଷ୍ମୀ ଠାକୁରାଣୀ
ବୁଝିବୁ ତାଙ୍କରି କଥା
ମନ ତୋଷିବାକୁ ମାଉସୀ ଘରୁ ତୁ
ଆଣିବୁ ତୁ ପୋଢ଼ ପିଠା
ପୋଢ଼ ପିଠା ସଙ୍ଗେ ଭୂଳିବୁ ନାହିଁ ରେ
ମାଉସୀର ହାତ ରସଗୋଲା
ତାକୁ ଦେଇ ତାଙ୍କ ମାନ ଭଞ୍ଜନ ନ କଲେ
ସିଂହଦ୍ଵାର ହେବନି ତୋ ପାଇଁ ମେଲା।
କହ କେବେ ତୁହି ଫେରିବୁ କାଲିଆ
କହ ତୁ କଳା ଗୋସାଇଁ
ଡେରି ନ କରି ଶୀଘ୍ର ଫେରି ତୁ ଆସିବୁ
ଗୁହାରି କରେ କଳା କଂହାଇ।
