STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

କେତେ ଚିନ୍ତା ନେଇ

କେତେ ଚିନ୍ତା ନେଇ

1 min
11

 କେତେ ଚିନ୍ତା ନେଇ ଆସିଛି ଶ୍ରୀକ୍ଷେତ୍ର ହେ ପ୍ରଭୁ ଚିନ୍ତା ନାୟକ ଟିକିଏ କରୁଣା ବାରି ବୃଷ୍ଟି କଲେ ଦୂର ହୋଇଯିବ ଶୋକ। ଯାହାବା ଭୋଗୁଛି ନିଜ କୃତ ଫଳ କେମିତି ତା ସମାଧାନ ତୁମ ଦିବ୍ୟ ଦୃଷ୍ଟି ଚଲା ପଥେ ପଡୁ ପ୍ରଭୁ ହେ କଳା ବଦନ। ତୁମେ ନ ଚାହିଁଲେ ଘାଣ୍ଟି ହେବି ମୁହିଁ ସହିବି ଯେ କଷାଘାତ ଏହି କଥା ଭାବି ସଞ୍ଜ ସକାଳ ରେ ହୁଏ ମୁଁ ଚରଣାଶ୍ରିତ। ନିଶ୍ଚୟ ରଖିବ ମୋ ମାନ ମହତ ସାମାନ୍ୟ ମଣିଷ ମୁହିଁ ଗୁଣ୍ଡିଚା ମନ୍ଦିରେ ଦର୍ଶନ କରିଲି ମନ କଥା ଦେଲି କହି। ସମୟ ସୁଅରେ ମୋତେ ଭସାଅ ହେ ସମସ୍ୟା କରି ହରଣ ତୁମେ ଜଗନ୍ନାଥ ମୋ ପ୍ରାଣ ଦେବତା ତୁମେ ବନ୍ଧୁ ବିଶ୍ଵ ପ୍ରାଣ। 


Rate this content
Log in

Similar oriya poem from Action