କେଜାଣି କାହିଁକି
କେଜାଣି କାହିଁକି
କେଜାଣି କାହିଁକି ପ୍ରିୟା ତମ କଥା ମନେପଡେ
ମୋ ମନ ଦର୍ପଣରେ ତମ ପ୍ରତିଛବି
ଆପେ ଆପେ ଆଙ୍କି ହେଇଯାଏ।
ଜାଣେନା କାହିଁକି
ତମେ ଲାଗ ଆପଣାର
ଥିଲ କି ପୂର୍ବ ଜନମରେ ସାଥୀ ମୋ ଜୀବନର?
ଯଦି କେତେବେଳେ ଦେଖିଦେଲେ ଥରେ
ସ୍ମିତ ହାସ୍ୟ ଟିଏ ଓଠରେ ମୋ ଫୁଟିଉଠେ
ପୁଲକ ଲହରୀ ଲହାଡ଼ାଭାଙ୍ଗେ ଛାତି ତଳ ସମୁଦ୍ରରେ
କାହିଁକି କେଜାଣି
ପ୍ରେମାତୁର କରେ ତମ ଚୋରା ଚାହାଣି
ଲାଗେ ମତେ ସତେ
ଡାକୁଛ କି ମତେ ପ୍ରେମପୁର୍ଣ ଆବେଗରେ।
ମନେ ମନେ ଭାବେ
ହୋଇଯାଆନ୍ତି କି ମୁଁ କବି ଉପେନ୍ଦ୍ର ଭଞ୍ଜ
ସରସ ସୁନ୍ଦର ଶବଦ ସଜାଡ଼ି
କବିତା ଲେଖନ୍ତି ତମ ଅପରୂପ ସୌନ୍ଦର୍ଯ୍ୟର
ବାଢ଼ି ଦିଅନ୍ତି ମୋ ମନ କଲମରେ
ତମ ପାଇଁ ସଞ୍ଚିଥିବା ପ୍ରେମ ସମ୍ଭାର।