STORYMIRROR

Satyabati Swain

Inspirational

3  

Satyabati Swain

Inspirational

କେହି ଜଣେ

କେହି ଜଣେ

1 min
417

ଜୀବନ ନାଟକେ ତୁମେ ସବୁ ଆସ

ଋତୁର ପସରା ମେଲି ହୋଇ ଆଗ ପଛ

ଜୀବନ ସହ ଖେଳ ଖେଳ

ସ୍ୱପ୍ନ ଦିଅ ମହଣ ମହଣ।।


ମୁଁ ବାଧ୍ୟ ଯେଣୁ ସୂତାର କଣ୍ଢେଇ

ମାନିବାକୁ ତୁମରି ଇଙ୍ଗିତ

ପବନରେ ଖେଳ ଖେଳେ

ଦିନେ ପବନରେ ମିଶିବାକୁ।।


ଆରମ୍ଭରୁ ଶେଷ କିମ୍ବା ଶେଷରୁ ଆରମ୍ଭ

ବୁଝିବା ମୋ ମଗଜ ବାହାର

ଏତିକି ବୁଝିଛି କେହି ଜଣେ ତ ଅଛି

ମନେଇବାକୁ ବାଧ୍ୟ କରିବାକୁ ମୋତେ।।


ସେଥିପାଇଁ ତ ଚାଲୁଛି ମୁହିଁ

ଅଦୃଶ୍ୟରେ ମୋତେ ଚଳାଏ କେହି

ଜୀବନ ସୁନ୍ଦର କରିଛି

ଦୁଃଖ ସୁଖର ସୁଅ ବୁହାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational