କେହି ଜଣେ
କେହି ଜଣେ
ଜୀବନ ନାଟକେ ତୁମେ ସବୁ ଆସ
ଋତୁର ପସରା ମେଲି ହୋଇ ଆଗ ପଛ
ଜୀବନ ସହ ଖେଳ ଖେଳ
ସ୍ୱପ୍ନ ଦିଅ ମହଣ ମହଣ।।
ମୁଁ ବାଧ୍ୟ ଯେଣୁ ସୂତାର କଣ୍ଢେଇ
ମାନିବାକୁ ତୁମରି ଇଙ୍ଗିତ
ପବନରେ ଖେଳ ଖେଳେ
ଦିନେ ପବନରେ ମିଶିବାକୁ।।
ଆରମ୍ଭରୁ ଶେଷ କିମ୍ବା ଶେଷରୁ ଆରମ୍ଭ
ବୁଝିବା ମୋ ମଗଜ ବାହାର
ଏତିକି ବୁଝିଛି କେହି ଜଣେ ତ ଅଛି
ମନେଇବାକୁ ବାଧ୍ୟ କରିବାକୁ ମୋତେ।।
ସେଥିପାଇଁ ତ ଚାଲୁଛି ମୁହିଁ
ଅଦୃଶ୍ୟରେ ମୋତେ ଚଳାଏ କେହି
ଜୀବନ ସୁନ୍ଦର କରିଛି
ଦୁଃଖ ସୁଖର ସୁଅ ବୁହାଇ।