କଦମ୍ବ ମୂଳେ ଯମୁନା କୂଳେ
କଦମ୍ବ ମୂଳେ ଯମୁନା କୂଳେ
- ,,,,,,,,,,,,,,,,,,,,,,,,,,,,,,,,,,,,,,,,,,, ନାହିଁ ଆଉ ସେଇ କାଳ ଲୋ ସଙ୍ଗାତ ନାହିଁ ଆଉ ସେଇ କାଳ ରାଧା କୃଷ୍ଣ କେହି ନାହାନ୍ତି ସଦେହେ ଝୁରୁଛି ଯମୁନା କୂଳ। ଗୋପ ଗୋପାଳୁଣି ବସ୍ତ୍ର ହରଣରେ କଳା କାହ୍ନୁ ଧୂରନ୍ଧର କି ସୁନ୍ଦର ଢ଼ଙ୍ଗେ ବଇଁଶୀ ବଜାଏ ମୋହି ନିଏ ତିନି ପୁର। ସେ ମୋହନ ରୂପ ଯିଏ ବି ଦେଖିଛି ସବୁ କିଛି ଭୁଲି ଯାଇ ସ୍ୱର ପଛେ ପଛେ ଗୋଡ଼ାଇ ଯାଆନ୍ତି ରାଧା ରାଣୀ ହୋଇ ବାଇ। ଦେବକୀ ଗର୍ଭର ଯନ୍ତ୍ରଣା ମୁଁଚିଛି କାରାଗାର ଅନ୍ଧକାର ଯଶୋଦା ମାତାର କୋଳେ ଖେଳି କାହ୍ନୁ ନେଇ ଥିଲେ ଅବତାର। ଗୋପ ଦାଣ୍ଡ କାହ୍ନୁ କି କିମିଆ ଜାଣେ ପୁତନା ରାକ୍ଷସୀ ମଲା ବିନା ଯୁଦ୍ଧେ କଂସ ମଞ୍ଚାରୁ ଖସିଲା କେତେ କାଣ୍ଡ ରଚି ଥିଲା। ନାହିଁ ଆଉ ସେଇ କାଳ ଲୋ ସଙ୍ଗାତ ନାହିଁ ଆଉ ସେଇ କାଳ ରାଧା ବିନା କୃଷ୍ଣ କୃଷ୍ଣ ବିନା ରାଧା ଝୁରୁଛି ଯମୁନା କୂଳ। କଦମ୍ବ ମୂଳ ତ ଖାଲି ଖାଲି ଲାଗେ ଯମୁନା ଜଳ ପଚାରେ ଆଉ କେତେ ଦିନ ଅପେକ୍ଷା କରିବା ରାଧା କୃଷ୍ଣ ଙ୍କ ସେବାରେ। ,
