କବିଟିର ମନକଥା
କବିଟିର ମନକଥା
ହଁ
ମୁଁ କବି ନୁହେଁ
କି ମୋ କବିତାରେ
ତୁମ ହୃଦୟକୁ ସ୍ପର୍ଶ କରିଲା ପରି
ଆକର୍ଷଣୀୟ, ପ୍ରତିଷ୍ଠିତ ଶବ୍ଦ ନାହିଁ
ତୁମ ଜଖମୀ ହୃଦୟକୁ
ଆନନ୍ଦର ବାରିଧାରେ
ରସ ସିକ୍ତ କଲା ପରି
ମୋ କଲମର ମୁନ
ସେତେ ଟାଣୁଆ ନୁହଁ
ହଁ
ଲେଖିବାର ପ୍ରୟାସରେ
ଅଜ୍ଞାନତା କୁ ଜାହିର କରେ
ହେଲେ କଣ ହେଲା
ତୁମକୁ ମୋ କବିତାର
ପ୍ରେମିକା ବନେଇ ନ ପାରିଲେ !
ଅଗଣିତ ପାଠକ
ଆବଶ୍ୟକ ନାହିଁ ମୋର
ଏ ଅଧାମରା ଜୀବନରେ
କି ଅସଂଖ୍ୟ ପ୍ରସଂଶା ସାଉଁଟିବାର
କ୍ଷମତା ନାହିଁ ମୋ ଅନ୍ତରରେ
ସମାଜକୁ
ଚିନ୍ହିଲା ପରେ ପରେ
ଆପେ ଆପେ ଚାଲି ଆସେ
କାହିଁକି କେ ଜାଣେ
ବକ୍ଷରେ ଝଟ ପଟ ହେଉଥିବା
କେଇ ପୁଳା ଶବ୍ଦ
ତୁମକୁ ଦେଇ ପାରେନି
ତୁମେ ଚାହୁଁଥିବା ଖୁସି
ହେଲେ ମୁଁ ଅନେକ ପାଇଛି ଖୁସି
ମୋ ଅଜାଣତରେ
ବାସ !
ଲେଖିଲାଚେ
ହୃଦୟର ଭାବନାକୁ
ସହ୍ୟ କରି ନ ପାରି ଅନେକ ଯନ୍ତ୍ରଣାରେ
ତୁମେ ପସନ୍ଦ କର
ଅବା ନ କର ତୁମେ ଜାଣ
ମୁଁ ତ କବି ନୁହେଁ
ଅନୁଭାବି ଟିଏ ??
ଯାହା ଅନୁଭବ କରିପାରେ
ମୋ ଅସମ୍ପୂର୍ଣ୍ଣ ହୃଦୟରେ
ଉପସ୍ଥାପନା କରେ କାଳେ ଦରଦଗୁଡା
ଆଉ ହଇରାଣ କରିବେନି
ହେଲେ ତୁମେ
ଖୁବ ନିଜର କରିନେଲ
ତୁମେ ନିଜର କରିବାକୁ ଚାହୁଁ ନ ଥିବା ହୃଦୟରେ
ଲେଖୁଛି , ଲେଖିବି
ହୁଏ ତ ତୁମ ମନ କୁ ଜିଣି ନ ପାରେ
ହେଲେ ଶହେ ବଦଳରେ
ଜଣେ ପାଠକକୁ ନିଜର କରିଲେ
ଅନେକ ଖୁସି ଅନୁଭୂତ ହୁଏ ମୋ ଭିତରେ ।।