STORYMIRROR

Prahallad Sahoo

Romance Classics Fantasy

3  

Prahallad Sahoo

Romance Classics Fantasy

ସଦା ଖୁସି ରହୁ ଆମ ପ୍ରେମ

ସଦା ଖୁସି ରହୁ ଆମ ପ୍ରେମ

1 min
208

ଆଗୋ କୋଟି ରତି ରୂପ ଜିଣା

ଶୁଭାଶିନୀ ଚମ୍ପା ଚାମେଲି ବାସ ଲଳନା

ମୃଗ ନୟନୀ ମୋ ମନ ଜିଣା

ଦେହାତୀତ ପ୍ରେମେ କେହି ନୁହଁ ତୁମ ଶୋଭା।।

ବିଛୁରିତ ତବ କେଶ ବାସ

ପ୍ରୀତିପ୍ରଣୟ ର ମନମୋହକ ଉଛ୍ଛାସ

କଳସି ଧରି ତୁମେ ଯେବେ ଆସ

ଅନାବିଳ ପ୍ରେମ ରୁ ଝରେ ପ୍ରେମ ପୀୟୂଷ।।

ସାଥୀ ଗୋ ମଥା ରଖି ମୋ କାନ୍ଧେ

ଅଳସ ଭାଙ୍ଗି ଯାଅ ଖୁସି ଭରା ସପନେ

ଆଖି ଖୋଲି ଦେଖ ଯେବେ ମୋତେ

ପ୍ରୀତିପ୍ଳୁତ ପ୍ରେମ ବିଛୁରି ଯାଏ ନିଦାଘେ ।।

ରାଇ ଗୋ ତୁମ ପ୍ରେମେ ବନ୍ଧା ମୁଁ

ତୁମ ବିନା ଦୁନିଆଟା ଶୂନ୍ୟ ଲାଗେ ସବୁ

ମନ ଅଧୀର ପ୍ରୀତି ଲଭିବାକୁ

ମନ ଛୁଆଁ ପ୍ରେମ ବେଳେବେଳେ ଲାଗେ ମଧୁ।।

ମିତ ଗୋ କାହିଁ ଲଗାଅ ପ୍ରୀତି

ରାତି ରେ ଜିଇଁ ସକାଳୁ ମରୁଛି ମୁଁ ନିତି

ଶୟନେ ସପନେ ଭାବେ ଏଠି

ଲୁକ୍କାୟିତ ପ୍ରେମ ସତେକି ଅଭୁଲା ସ୍ମୃତି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance