ଏଲିଏନ୍
ଏଲିଏନ୍
ବେଳେ ବେଳେ
ଭାରି ଦୁଖ ଲାଗେ
ଏଇ ଦୁନିଆର ଆବଭାବ
ମିଛ ସମ୍ପର୍କର ଅଲଣା ରାବ
ଛଳନାର କୁତ୍ସିତ ଭାବନା
ପ୍ରତିଶୁତି ର ତୁଛା ବାହାନା
ବିଶ୍ବାସ ର କରୁଣ କାନ୍ଦଣା
ହିଂସା ର ବୀଭତ୍ସ ରୂପ
ଇର୍ଷା ର ଅଦୃଶ୍ଯ ଚାପ
ଇଛାହୁଏ ପଳାତକ ସାଜିବାକୁ
ଏକ ନୁଆ ଦୁନିଆକୁ
ଏଲିଏନ୍ ସାଥେ ମିତ ବସିବାକୁ
ସମ୍ପର୍କ ର ଏକ ନିଆରା ପଣିକିଆ
ଘୋଷେଇବାକୁ
ଏଲିଏନ୍ ଙ୍କ ମନର ଅଲେଖା ସିଲଟକୁ
ଅନାବିଳ ପ୍ରିତିର ଖଡି ଛୁଆଁଇବାକୁ
ଦରଦ ଅଭିଧାନ ଧରାଇ
ଭଲପାଇବାର ବିଶେଷଣସବୁକୁ ବୁଝେଇ ଦେବାକୁ
ସତରେ କ'ଣ ମୋ ଭାବନା ଅମଳ ହେବ !
ଏଲିଏନ୍ ସବୁ ଓହ୍ଲାଇ ଆସିବେ
ନୂଆ ସମ୍ପର୍କ ର ପରିଭାଷା ନେଇ
ଉତ୍କର୍ଷ ଜ୍ଞାନ କୌଶଳ ର ବେଭାର ନେଇ
ମୃତ୍ୟୁର ରହସ୍ୟ କୁ ଭେଦ କରି
ଏକ ଆନନ୍ଦ ମୟ ଦୁନିଆ ଗଢିବାରେ
ଅପେକ୍ଷାରେ ରହିଲି ।
