STORYMIRROR

Manoja kumar Pattnayak

Abstract Action Fantasy

3  

Manoja kumar Pattnayak

Abstract Action Fantasy

ଋଣ ସୁଜିବି ମୋ ବୋଉର

ଋଣ ସୁଜିବି ମୋ ବୋଉର

1 min
112

ବୋଉ ବୋଉ କହି ମୋ ବୋଉ ପାଖରେ

କହିଲି ମୁଁ ଦିନେ ଯାଇ ।

ଯାହା ଇଚ୍ଛା ତୋର ଥରେ କହିଦେ

ଆଣି ଦେବି ତୋ ପାଇଁ ।।

ଟଙ୍କା ପଇସାରେ ଅଭାବ ନାହିଁ ମୋ

ସବୁ ଆଣି ଦେବି ତତେ ।

ସୁଝି ଦେବି ସବୁ ମୋତେ ପାଳିବାକୁ 

ଖର୍ଚ୍ଚ କରିଛୁ ତୁ ଯେତେ ।।

କହିଲା ମୋ ବୋଉ ଉଦାସ ମନରେ

ମୋ କଥା ଶୁଣି ଦେଇ ।

ତୋ ଟଙ୍କା ପଇସା ତୋ ପାଖରେ ଥାଉ

ସେଥିରେ ମୋ ଲୋଭ ନାହିଁ ।।

କେତେ ଅନିଦ୍ରା ମୁଁ ହୋଇଛି ତୋ ପାଇଁ

ଯେବେ ଥିଲୁ ମୋର ଗର୍ଭରେ ।

କ୍ଷୀର ଖାଉଥିଲୁ ଯେବେ ମୋ ବକ୍ଷ ଚିରି

ସୋଇନି ମୁଁ କେତେ ରାତିରେ ।।

ସାରା ରାତି ତୋର ପାଖେ ବସିଥିବି

ରୋଗ ପଡୁଥିଲୁ ଯେବେ ।

କେତେ କେତେ ରାତି ଅନିଦ୍ରା ହୋଇଛି

ହିସାବ ରଖିନି କେବେ ।।

ମୋର ସେ ନିଦ ମୋର ସେ ସୁଖକୁ

ତୋ ଟଙ୍କା ପାରିବକି କିଣି ।

ପାରିବ ଯଦି ସେ କହି ଦେ ମୋତେ ତୁ

ହିସାବ କରିବି ଗଣି ।।

ତୋ ଟଙ୍କା ପଇସା ଧନ ତୋ ପାଖରେ ଥାଉ

କିଛି ମୁଁ ମାଗୁନି ତତେ ।

ମୋ ଆଖିର ସେହି ବାଳକା ନିଦତୁ

ଫେରାଇ ଦବୁକି ମୋତେ ।।


Rate this content
Log in

Similar oriya poem from Abstract