Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Classics Fantasy

3  

Satyanarayan Sahoo

Romance Classics Fantasy

ପିଲା ଦିନ କଥା ଭାବି ଖୁସି

ପିଲା ଦିନ କଥା ଭାବି ଖୁସି

1 min
166



କେତେ ଖୁସି ଲାଗେ ପିଲା ଦିନ କଥା

 ମନେ ପଡ଼ି ମୋ ମନ ରେ

ଆନନ୍ଦ ଉଲ୍ଲାସ ଉଦ୍ଦୀପନା ପୂର୍ଣ୍ଣ

ସ୍ପନ୍ଦନ ତୋଳେ ପ୍ରାଣରେ ।


ଭାବି ବସି କଥା ହେଉଥିବା ବେଳେ

 ଅଜାଣତରେ ଶିହରୀ

ଉଠଇ ଉତ୍କଣ୍ଠା ଜାଗ୍ରତ କରାଏ

ଅତୀତ ସ୍ମୃତି ଆହରି ।


ଲଭେ ଆଶ୍ଵାସନା ନବ ସମ୍ଭାବନା

ରୋମାଞ୍ଚିତ ହୁଏ ଅଙ୍ଗ

ମତୁଆଲା କରେ ଚେତନା ବ୍ୟାପକ

ଲଭେ ପ୍ରେରଣା ଉଚ୍ଚାଙ୍ଗ ।


ଭାବ ଅନୁଭୂତି ପ୍ରାପ୍ତ କରି ନିତି

କରେ ଜୀବନ ଗଠନ

ବିଷମ ପ୍ରକ୍ରିୟା ଦେଖା ଯାଏ ଯେବେ

 ସହାୟତା କରେ ଦାନ ।


ଅତୁଳନୀୟ ସେ ଅନୁଭୁତି ରାଶି 

ବାଲ୍ୟ ଜୀବନେ ଯା ' ଲାଭ

କରିଛି ସେ ସବୁ ସମସ୍ୟା ବହୁଳ

ସମୟେ ଦିଏ ପ୍ରଭାବ  ।


Rate this content
Log in

Similar oriya poem from Romance