ଖୁସି ର ବ୍ଯଥିକା
ଖୁସି ର ବ୍ଯଥିକା
ପଥଭ୍ରଷ୍ଟ ହେବା ଆଗରୁ
ପୁଣି ଧରି ନିଏ ମୁଁ ତୁମ ହାତ
ଉଭେଇ ଯାଏ ସବୁ ମାନ ଅଭିମାନ
ପ୍ରତିଶୃତି ଗୁଡାକ ପ୍ରତିବଦ୍ଧତା ର ଶିକୁଳି ରେ
ଛନ୍ଦା ଛନ୍ଦି ହୋଇଯାଆନ୍ତି,
ଆଖି ର ଆଖିଏ ସ୍ବପ୍ନ ଭାବନା ର ସାଗର ରେ
ଉତ୍ତାଳ ଲହଡି ମାରୁଥାନ୍ତି,
ତୁମରି ମିଠା ସ୍ପର୍ଶରେ
ପାହାନ୍ତି ତାରା ମାନେ ଲାଜେଇ ଯାଆନ୍ତି,
ତୁମ ଓଠ ର ମଧୁର ଛୁଆଁ ରେ
ମୋ ବେକାବୁ ଶିରା ପ୍ରଶିରା
ତୁମ ଦେହେ ଅଳସ ଭାଙ୍ଗି ବସନ୍ତି ।
ତୁମ ମନ ଅଗଣା ରେ ମୁଁ
ଆଶାବତୀ ଟିଏ ଜଳୁଛି, ଜଳୁଥିବା ଦୁହେଁ
ରାଗ ରୁଷା ଗର୍ବ ଅହଙ୍କାର ଦୂରେ ଫିଙ୍ଗି
ଲେଖିଯିବା ଆମ ଜୀବନ ର ଗୀତି କବିତା
ଏମିତି ବାଣ୍ଟୁଥିବା ଖୁସିର ବ୍ଯଥିକା
ସାଥୀ ହୋଇ ମରିବା ଯାଏ ଜିଇଁଥିବା
ଆଉ ଏକ ପ୍ରତୀକ୍ଷା ର ନୂଆ ଦୁନିଆ
ଆମେ ଏକାନ୍ତ ରେ ସାଥୀ ହୋଇ ଗଢିବା ।।