ରାଜକୁମାରୀ
ରାଜକୁମାରୀ
ନାହିଁ ତାଙ୍କ ରାଜ ପାଠ
ନାହିଁ ସିଂହାସନ
ନାହିଁ ପୁଣି ବିରାଟ ମହଲ
ନାହିଁ ପାତ୍ର, ମନ୍ତ୍ରୀ, ସନ୍ୟ
ତଥାପି ମୁଁ,' ରାଜକୁମାରୀ ।
ନାହିଁ ଭୌଗଳିକ ସୀମା ରେଖା
ତାଙ୍କରି ସାମ୍ରାଜ୍ୟର
ନାହିଁ ପୁଣି ଅମାପ ଧନ ଦଉଲତ
ନାହିଁ ମୋତି, ମାଣିକ୍ୟ ଭଣ୍ଡାର
ତଥାପି ମୁଁ,'ରାଜକୁମାରୀ ।
କାହା ପାଇଁ ହୋଇପାରେ ବୋଝ
ଅଲୋଡ଼ା ମଣିଷ
କାହା ପାଇଁ କଳଙ୍କର ଟୀକା
ପୁଣି କାହା ପାଦରେ ଜଞ୍ଜିର
ତଥାପି ମୁଁ,'ରାଜକୁମାରୀ ।
ନୟନେ ସେ ଅଟନ୍ତି ସମ୍ରାଟ
ତାଙ୍କରି ହୃଦୟ ସାମ୍ରାଜ୍ୟ
ମୋର କ୍ରୀଡା ସ୍ଥଳ
ଅଲିଅଳି କନ୍ୟା ମୁହିଁ
ଏକମାତ୍ର' ରାଜକୁମାରୀ 'ମୁଁ ମୋ ପିତାଙ୍କର l