Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudeshna Pradhan

Fantasy Inspirational Others

3  

Sudeshna Pradhan

Fantasy Inspirational Others

ପ୍ରେମ

ପ୍ରେମ

1 min
133


                       

ପ୍ରେମ ଏକ ଅକଥ୍ୟ ଖୁସି ହୃଦୟର,           

ଅତୀଶ ଆନନ୍ଦ ମନର |               

ପ୍ରେମ, ଅଟେ ଅନନ୍ୟ ସୃଷ୍ଟି ସଂସାରର,       

ସଂଯୋଗ ବଟି ଜୀବନର |             

ପ୍ରେମ ହିଁ ଉଦ୍ଭାବନ ଆଉ ଆବିଷ୍କାର,      

ପ୍ରାରମ୍ଭ ନବ କାହାଣୀର |              

ପ୍ରେମ, ଅଟେ ଚିର ଶାଶ୍ୱତ, ଅବିନଶ୍ୱର,      

ପ୍ରେମ କରେ କେବେ ମିଳନ ପୁଣି ଅନ୍ତର |     

ପ୍ରେମ ଯୋଗୁଁ ନବଜାତ ସୃଷ୍ଟି ହୋଇଥାଏ,     

ପୁଣି ଶତ ଜନ ମନେ, ପ୍ରେମ ଉପୁଯାଏ |     

ପ୍ରେମ କାହାପାଇଁ ପବିତ୍ର ତ କାହାପାଇଁ ପାପ,

ଛଳନା କରିଲେ ପ୍ରେମ ଦିଏରେ ସନ୍ତାପ |     

ଛୁଆ ସହ ପିତାମାତା ପ୍ରେମ ଯେ ବିରାଟ,

ବୃଦ୍ଧକାଳେ ସେଇ ପ୍ରେମ ସାଜେରେ ବିଭ୍ରାଟ |

ପ୍ରେମର ବି ରହିଅଛି ବିଭିନ୍ନ ସ୍ୱରୂପ,

କୁଚିନ୍ତାଧାରାରେ ସିଏ ସାଜେରେ କୁରୂପ |    

ପ୍ରେମ ନୁହେଁ ଆବେଗର ଅପ୍ରୀତି ମିଳନ,     

ପ୍ରେମ ଅଟେ ଅତି ଆନନ୍ଦର ବିସ୍ଫୋରଣ |     

ପ୍ରେମ ଅତି ଶକ୍ତିଶାଳୀ, ହାରମାନେନାହି,    

ଅସମ୍ଭବ କାର୍ଯ୍ୟକୁ ଯେ ସମ୍ଭବ କରଇ |      

ପ୍ରକୃତ ପ୍ରେମରେ ସଦା ତ୍ୟାଗ ରହିଥାଇ,    

ପାଇବା ଆଶାରେ କେବେ ପ୍ରେମ ତିଷ୍ଠି ନାହିଁ |

ମାତାପିତା ପ୍ରେମ ସଦା ଅଟେ ଯେ ଅଗଣ୍ୟ,    

ଆଉ ଯେତେ ପ୍ରେମ ସବୁ ସ୍ୱାର୍ଥ ମଧ୍ୟେ ପୂର୍ଣ୍ଣ |   

ପ୍ରେମ କର ପ୍ରତି ଜୀବେ, ଭାବି ନାରାୟଣ,   

ପ୍ରେମକୁ ଅନ୍ୟାର୍ଥେ ନ ଦିଅ କଦର୍ଯ୍ୟ ନାମ |   

ପ୍ରେମ, ଶକ୍ତି, ଶ୍ରଦ୍ଧା ଆଉ ପ୍ରେମ ମୂଳେ ଶାନ୍ତି,

ଯେପରି କୁସୁମ ସହ ଭ୍ରମର, ପ୍ରଜାପତି |    

ନିସ୍ଵାର୍ଥ ପ୍ରେମ ଯେ ଯୁଗେ ଯୁଗେ ଅମର,   

ପ୍ରେମବିନା ଏ ସୃଷ୍ଟି ହେବ ଥରହର |       

ପ୍ରେମ ଥାଉ ଜଗତର ପ୍ରତି ଜୀବଠାରେ,     

ଜୀବନ ତା ବିତିଯାଉ ସଦା ସପ୍ରେମରେ |


Rate this content
Log in

Similar oriya poem from Fantasy