STORYMIRROR

Ranjit Sahu

Children Stories Fantasy Children

3  

Ranjit Sahu

Children Stories Fantasy Children

ପରୀ କାହାଣୀ

ପରୀ କାହାଣୀ

1 min
138

ପରୀ ରାଇଜର ଖବର ନିଆରା,

ଯେବେ ଆସେ ଝରି ଆଈ ମୁଁହରୁ,

ଡେଣା ମେଲି ଉଡ଼େ ପରୀ ଆକାଶରେ,

ଝରେ ପରାଗ ତାହାର ଦେହରୁ I 

ଫୁଲେ ଫୁଲେ ବୁଲି ଗୀତ ଗାଏ ପରୀ,

ସୁନ୍ଦର ସରସ ଲାଗେ ଜୀବନ,

ହାତରେ ତାହାର କାଉଁରିଆ କାଠି,

ହୋଇଗଲେ ଖୁସି ଧରାଏ ଧନ I  

ପରୀକୁ ବାନ୍ଧଇ ବୁଢ଼ୀ ଅସୁରୁଣୀ ,

ବୁଣି ଦେଇ ଗୋଟେ ମାୟାର ଜାଲ,

ପରୀ କାନ୍ଦ ଶୁଣି ରାଜାଙ୍କ କୁମର,

ଆସେ ଧରି ହାତେ ଖଡଗ ଢାଲ I 

ମରେ ଅସୁରୁଣୀ ପରୀ ହସେ ପୁଣି,

ରାଜକୁମାରର ସାଜେ ସେ ରାଣୀ,

ଯେତେ ଶୁଣୁ ଥିଲେ ନୂଆ ଲାଗୁଥାଏ,

ପରୀ ରାଇଜର ପ୍ରେମ କାହାଣୀ I 

ଛୋଟ ପିଲାଟିଏ ଯେବେ ଉଙ୍କି ମାରେ,

ବୟସ ଚଷମା ଭିତରୁ ପୁଣି,

ମନ ପଡିଗଲେ ଭରଇ ଆନନ୍ଦ ଆଈର ପରୀର କାହାଣୀ ମୁଣି I 


Rate this content
Log in