STORYMIRROR

Jyostna mishra

Fantasy

3  

Jyostna mishra

Fantasy

ଏଲିଅନ୍

ଏଲିଅନ୍

1 min
150


ଅନେକ ତ କଥା ଶୁଣିବାକୁ ମିଳେ

ଜୀବ ସିଏ ଏଲିଅନ୍,

ପୃଥିବୀ ପୃଷ୍ଠକୁ ଆସିବାର ଅଛି

ଖବର ଯେ ପ୍ରତିଦିନ ।


କିଏ ଦାବି କରେ ଦେଖିଛନ୍ତି ତାକୁ

ଭ୍ରମ ବୋଲି ମନେ ହୁଏ,

ପ୍ରମାଣ ମିଳେନି ବୈଜ୍ଞାନିକ ମାନେ

ବଡ ପ୍ରଶ୍ନ ପରା ଇଏ ।


ଅନୁସନ୍ଧାନ ତ କରି ଚାଲିଛନ୍ତି

ବର୍ଷ ବର୍ଷ ବୈଜ୍ଞାନିକ,

ଇଉଏଫ୍ଓ ବୋଲି ଦାବି କରାଯାଏ,

ଭିଡିଓ ଆସେ ଅନେକ ।


ଏକ ସମୟରେ କେହି ଏବେ କହେ

ଆସିବେ ପୃଥିବୀ ପୃଷ୍ଠ ,

ଏଲିଅନ୍ ମଧ୍ୟ ଅଛନ୍ତି କେଉଁଠି,

ଶୁଣିଲେ ଲାଗେ ଅତିଷ୍ଠ ।


ଆସନ୍ତା ପଚିଶ ବରଷ ମଧ୍ୟରେ

ନୂଆ ଟେକ୍ନୋଲୋଜି ଦ୍ବାରା,

ଯୋଗାଯୋଗ ସଫଳତା ଲାଗି

ଥିବେ ଏଲିଅନ୍ ପରା ।


ଭିଡିଓ କିଛି ଟା ହେଲା ଭାଇରାଲ 

ପାଞ୍ଚ ମାସ ପୂର୍ବେ ଜାଣ

ଚୀନ ଆକାଶରେ ଇଉଏଫ୍ଓ ଟିଏ ବୋଲି

ଉଡୁଥିଲା ଏକ ଯାନ ।


ଅନୁସନ୍ଧିତ୍ସୁ ଏମନ ବ୍ରହ୍ମାଣ୍ଡ ରହସ୍ୟ

ଜାଣିବାକୁ ଏସନ୍ଧାନ,

ତିଆରି ହୁଏ ଯେ ଟେଲିସ୍କୋପ ନୂଆ

ଖୋଜିବାକୁ ଏଲିଅନ୍ ।


କିଛି ମତ ଅଛି ଏଲିଅନ୍ କାଳେ,

ଦେଖୁଛନ୍ତି ନିୟମିତ,

ତଥାପି ପ୍ରମାଣ, ସଠିକ ମିଳୁନି

କିଏ ଜାଣେ ମିଛ ସତ ।


Rate this content
Log in

Similar oriya poem from Fantasy