Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Romance Classics Fantasy

4.0  

Prahallad Sahoo

Romance Classics Fantasy

ଗୋଲାପର ହସ

ଗୋଲାପର ହସ

1 min
188


କାକର ଭିଜା ତନୁ ଆନ୍ଦୋଳିତ କରୁଥାଏ

ଶୀତରେ ଉଷୁମ ତୁମ ଦେହ ଲାଗେ

ତୁମେ ସଜ ଗୋଲାପ ଟିଏ !

ତୁମେ ଥିଲେ ମୋ ସଂଗେ ଶିହରଣ ଜାଗେ

ବେନି ଚକ୍ଷୁ ମୋର ରଙ୍ଗେ ନାଚିଥାଏ

ତୁମେ ସଜ ଗୋଲାପ ଟିଏ !

ଦୁରେଇ ଗଲେ ତୁମେ ମୁଁ ଅଭାଗା ଭାବେ

ତୁମ ଅଭାବରେ ଚକ୍ଷୁ ଟପି ଲୁହ ବହେ

ତୁମେ ସଜ ଗୋଲାପ ଟିଏ !

ତୁମକୁ ଦେଖି ଅଯଥାରେ ଝୁରି ମରେ

ଅଳସ ଭାଙ୍ଗ ଯେବେ ଆଉ କାହା ଗଭାରେ

ତୁମେ ସଜ ଗୋଲାପ ଟିଏ !

ତୁମେ ସାଥେ ଥିଲେ ମନ ଭଲ ଲାଗେ

ଭ୍ରାନ୍ତି ଚିନ୍ତା ସବୁ ମନୁ ଦୂରେଇ ଯାଏ

ତୁମେ ସଜ ଗୋଲାପ ଟିଏ !

ଏଇତ ଜୀବନ ଭରା ମାନ ଅଭିମାନ

ତୁମକୁ ପାଇବା ପାଇଁ କଣ୍ଟାର ଚୁମ୍ବନ ମିଳେ

ତୁମେ ସଜ ଗୋଲାପ ଟିଏ !

ତୁମ ପରଶ ପାଇଁ ମୁଁ ବ୍ଯସ୍ତ ବିବ୍ରତ ହୁଏ

ତୁମେ ସୌନ୍ଦର୍ଯ୍ଯମୟ ସୁଗନ୍ଧିତ ପ୍ରାଣଟିଏ

ତୁମେ ସଜ ଗୋଲାପ ଟିଏ !

ତୁମେ ହସୁଥିଲେ ମୁଁ ଖୁସି ହୁଏ

ଅନୁପମ ସୃଷ୍ଟି ତବ ଚିତ୍ତ ଆକର୍ଷି ନିଏ

ତୁମେ ସଜ ଗୋଲାପ ଟିଏ ! 


Rate this content
Log in

Similar oriya poem from Romance