STORYMIRROR

Debabrata Mishra

Abstract Classics Inspirational

4  

Debabrata Mishra

Abstract Classics Inspirational

କବିତା ପାରେନି ଲେଖି

କବିତା ପାରେନି ଲେଖି

1 min
268


ଛଟପଟ ହୁଏ ଭିତରଟା ମୋର ଶବ୍ଦ ପାଏନିବୋଲି

କରିଛକି ମୋ' ଉପରେ କ୍ରୋଧ ଅବା ଅଭିମାନ 

ଓଡ଼ିଆ ଭାଷାର ସେହି ସୁମଧୁର ଶବ୍ଦମାନ

ମୁଁ ତ ତୁମକୁ ସଦା ପାଏ ଭଲ ଆଉ ଦିଏ ଶ୍ରଦ୍ଧା

କେବେ ତ କରିନି ମୋର ମାଟିର ଭାଷାକୁଅପମାନ

ସବୁ ଚେଷ୍ଟା ରେ ମିଳେ ବିଫଳର ସ୍ୱାଦ 

ପାଇନି ମିଠା ଅନୁଭବ ନିଜ କବିତା ଲେଖାରେ

ମିଳୁନିକାହିଁକି ଆତ୍ମସନ୍ତୋଷ ମନେ ଆସୁଥିବାଶବ୍ଦେ

କ'ଣ ଅଭାବ କହିଦେ ମାଆ ଲୋ ମୋର

କେବେ ମୁଁ ପାରିବି ଭଲ କବିତାର ସ୍ୱାଦ ଚାଖି

କାହିଁକି କେଜାଣି କବିତା ପାରେନି ଲେଖି ।


ଆସହେ ଶବ୍ଦବନ୍ଧୁ ମୋର ଆସ ଥରେ କଥାହେବା

ମୋର ଦୁଃଖ କହିବି ତୁମକୁ ତୁମେ କହିବ ସୁଖ

କଲମରେ ମୋର ସଜେଇ ଦେବି ତୁମକୁ 

ପ୍ରକୃତିର ଋତୁ ଆଉ ଭିନ୍ନ ପରିବେଶର ରଙ୍ଗରେ

ଫୁଲର କୋମଳତା ତୁମେ ସାଇତି ରଖିବି ମନେ

ଆତ୍ମହରା ହେବି ତୁମ ରୂପ ଦେଖି କାଗଜରେ

ମୋର

ଆଉ ତୁମେହେବ ସମ୍ମାନ ରେ ଅଭିଷିକ୍ତସାହିତ୍ୟରେ

କଣ ଦେବି ତୁମକୁ ଥରେ ମାଗି ଦେଖ ହେମୋତେ 

ମନରେ ଅନେକ ଜାଗା ତୁମ ପାଇଁ ତଥାପି କାହିଁକି

ଦୂରେଇ ରହୁଛ ମୋର ଠାରୁ ଆଉ କିବା ଅଛି ବାକି

କୁହ ହେ କାହିଁକି ମୁଁ କବିତା ପାରେନି ଲେଖି ।




Rate this content
Log in

Similar oriya poem from Abstract