STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Children

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Children

କବିତା * ପାଦ *

କବିତା * ପାଦ *

1 min
248


   


ପାଦ ଶରୀରକୁ ବୋହି 

ନେଇ ଯାଏ ଠିକଣା ସ୍ଥାନକୁ, 

ସେ ହୋଇଥାଉ ପତଳା କି ପୃଥୁଳ 

ଚାପ ସହି ଚାଲିଥାଏ ଆଗକୁ। 


ଲକ୍ଷ୍ୟସ୍ଥଳ ହେଉ ଯେତେ ବି ଦୂର 

ଅତିକ୍ରମ କରିବାକୁ ହୁଏନା କାତର, 

ପଥ ତାର ହୋଇ ପାରେ ସୁସମତଳ 

ଅବା କଣ୍ଟକିତ ଶିଳାମୟ ବନ୍ଧୁର। 


ପାଦ ପଡିଲେ ଝୁଣ୍ଟି କି ଗଲେ ଥକି 

ଏ ଦେହ ସହେ କଷ୍ଟ ରହେ ଅଟକି, 

ପୁଣି କ୍ଳାନ୍ତି ଦୂର କରି ଆଗକୁ ଯାଏ ବଢି 

ଏ ପାଦ ଗତି କେବେ ହୁଏନା ରୋକି।


ପାଦର ତ୍ୟାଗ ସହନଶୀଳତା 

ପହଞ୍ଚାଇ ଦିଏ ସଫଳତାର ଶୀର୍ଷ, 

ପୂଣ୍ୟ ପବିତ୍ର ହୁଏ ଏ ମାଟି 

ମହତ ଜନଙ୍କ ପାଦର ପାଇ ସ୍ପର୍ଶ।


ଗୁରୁ ଗୁରୁଜନଙ୍କ ପାଦ ଛୁଇଁ 

କଲେ ପ୍ରଣାମ ମିଳେ ଆଶୀର୍ବାଦ, 

ସେ ଆଶୀର୍ବାଦେ ଘୁଞ୍ଚିଯାଏ 

ଆସୁଥିବା ରିଷ୍ଟ ଆପଦ ବିପଦ। 


କଲ୍ୟାଣ ପାଇ ହୁଏ ଭବିଷ୍ୟତ ଉଜ୍ଜ୍ୱଳ 

ପ୍ରତିଭା ବିକାଶି କରେ ସଂସାରର ମଙ୍ଗଳ, 

ପାଦ ଥାପି ଚାଲିବାକୁ ଥିଲେ ବଳ 

ବ୍ୟକ୍ତି ବିଶେଷ ହୁଏ ତା କାର୍ଯ୍ୟରେ ସଫଳ। 


ଈଶ୍ୱରଙ୍କ ଶ୍ରୀପଦ ତଳେ ହୋଇ ଆଶ୍ରିତ 

କଲେ ସହୃଦୟେ ନିଷ୍କାମ ଭକତି 

ପତିତ ଜନ ଉଦ୍ଧାର ହୁଏ ପାଏ ଶାନ୍ତି, 

ଅଭିଶପ୍ତା ଅହଲ୍ୟା ପରି ପାଷାଣୀ 

ପ୍ରଭୁଙ୍କ ପାଦ ସ୍ପର୍ଶେ ଲଭଇ ମୁକତି।


ମାଆ ଲକ୍ଷ୍ମୀ ପାଦ ପଦ୍ମ ଆଙ୍କି ଶ୍ରୀୟା 

ଯୁଗେ ଯୁଗେ ହେଲେ ତାଙ୍କର ପ୍ରିୟା, 

ପଦ ପଦବୀ ମିଳେ ଠାକୁର କଲେ ଦୟା 

ଗୁରୁ ପଦ ସେବା କରି ଭକତ 

ଭୁଲିଯାଏ ସଂସାରର ମୋହ ମାୟା। 

 



Rate this content
Log in

Similar oriya poem from Children