କବିତା ନୀତିବାଣୀ -୧୧
କବିତା ନୀତିବାଣୀ -୧୧
ସଂସାରରେ କାହା ଘରେ ମଲମ ଥାଉ କି ନଥାଉ
ମହଜୁଦ ଅଛି ଲୁଣ,
ପର ଦୁଃଖରେ ସମଭାଗୀ ଯେ ନ ହୋଇ
ହସିବା ହେଉଛି ସମସ୍ତଙ୍କ ମହାନ୍ ଗୁଣ ।
ନିଜଲୋକ ଭାବି ନିଜର ଦୁଃଖ ବଖାଣିଲେ
ତହିଁରୁ ଲାଭ କି ମିଳିବ?
ସହାନୁଭୂତି ତ ଦୂରର କଥା ତାଙ୍କଠାରୁ
ଓଲଟା ତହିଁର ଫଳ ଯେ ମିଳିବ ।
କଟା ଘାଆରେ ଲୁଣ ଟିକେ ଦେବେ
ଖୁସି ହେଉଥିବେ ମନେ ମନେ,
ଭାବୁଥିବେ ସାରା ସଂସାର ଦୁଃଖୀ ଥାଉ
ଖୁସି ରହୁଥାଉ ସଦା ମୋ ଜୀବନେ।
ସନ୍ଥ ଭୀମଭୋଇ ପରି ମହାନ୍ ପୁରୁଷ
ଲକ୍ଷେରେ ଗୋଟିଏ ମିଳିବେ ,
ନିଜ ଜୀବନ ପଛେ ନର୍କେ ପଡ଼ିଥିଲେ ଚିନ୍ତା ନାଇଁ
ଜଗତ ମଙ୍ଗଳ କାମନା କରୁଥିବେ।
ନିଜ ସମସ୍ୟାକୁ ନିଜେ ନିଭାଇ ଶିଖିଲେ
ହେବ ବିଜ୍ଞତାର ପରିଚୟ,
ନିଜ ଜୀବନର ନିଜେ ବିନ୍ଧାଣୀଟି ହେଲେ
ସବୁବେଳେ ହେବ ନିଜର ଜୟ।
ମନୁଷ୍ୟ ଜୀବନ ସୁଖ ଦୁଃଖର ସଂସାର
ଆସୁଥିବ ପୁଣି ଚାଲିଯିବ,
ସବୁ ପରିସ୍ଥିତିରେ ନିଜକୁ ମିଶାଇ ଚଳିଲେ
ଜୀବନଟା ସଦା ହସୁଥିବ ।
