#କବିତା_କାନ୍ଦୁଛି••••••••••••••
#କବିତା_କାନ୍ଦୁଛି••••••••••••••
ପ୍ରତିଦିନ ପ୍ରତିକ୍ଷଣେ କାନ୍ଦୁଛି କବିତା
ଆଖିରୁ ବହୁଛି ଲୁହ ନୁହଁ ସେ ମୁକୁତା
କିଏ ବା ବୁଝିବ ତାକୁ ବୁଝିବ ତା କଥା
ପ୍ରେମ ପ୍ରଣୟ ତାର ଏ କି ଦୁର୍ବଳତା,
ନିରୁଦ୍ଦିଷ୍ଟ ତା' ଦେହେ ଜାତିପ୍ରୀତି ବାରତା
ନାହିଁ ବିପ୍ଳବ ଶବ୍ଦ ଓ ନାହିଁ ସେ ବୀରତା
କବିତା କହୁଛି ମୋତେ ଝାନ୍ସୀରାଣୀ କର
ମୁଁ ସର୍ଜିବି ପୁଣି ଦେଶେ ଜାତିର ଏକତା,
କାନ୍ଦିକାନ୍ଦି କହେ ସେ ଶକ୍ତି ଦିଅ ମୋତେ
ସମାଜର ହିତ ପାଇଁ ଅସ୍ତ୍ର ଦିଅ କବି ମୋତେ
ପ୍ରକୃତିକୁ ଜାଳିପୋଡ଼ି ପାଉଁଶ କଲଣି ସତେ
ଆନ୍ଦୋଳନ ହେବ ପୁଣି ଏ ନିର୍ଜୀବ ଜଗତେ,
ଅନ୍ଯାୟ ଅବିଚାରର ବିରୋଧୀ ସଜାଅ ଥରେ
ନ୍ୟାୟ ପାଇଁ ଇଚ୍ଛା ପଛେ କବିତା ବାରବାର ମରେ
ସାହିତ୍ୟ ମିଛରେ ବଞ୍ଚେନି ସତ୍ଯ ପଥେ ଚାଲେ
ନୀରବେ କବିତା କାନ୍ଦୁଛି ପ୍ରତି ପତ୍ରପତ୍ରିକା ରେ ।