STORYMIRROR

Pranati Panda

Fantasy

4  

Pranati Panda

Fantasy

କବିର କବିତା

କବିର କବିତା

1 min
654

ଶତ ଅନୁଭୂତି କଳ୍ପନା ରେ ବୁଣି

    କବି ଲେଖଇ କବିତା ,

ନିଜେ ଶିଳ୍ପୀ ହୋଇ କଲମ ମୁନରେ

    କାଳି'ରେ ଭରି ମମତା ।୧।

କବିର କଳ୍ପନା  ମନର ଭାବନା

     କାଗଜରେ ଲେଖିଯାଏ ,

ସ୍ମୃତିକୁ ସାଉଁଟି ଲେଖୁ ଲେଖୁ କେବେ

     ରଜନୀ ତ ପାହିଯାଏ ।୨।

ଛନ୍ଦ, ଅଳଙ୍କାରେ ଭାଷା ଭାବ ଭରି

     ରଚେ ବିବିଧ ସର୍ଜନା ,

ମନ'ର ଆକାଶେ  ଶବ୍ଦ ଜାଲ ବୁଣି

     କବି କରେ ତା' ବର୍ଣ୍ଣନା ।୩।

କବିତାର ବିନା  କବି ତ' ବଞ୍ଚେନା

      କବିତା ତା ଚଲାପଥ ,

ପଙ୍କ ତଳୁ ପଦ୍ମ   ସାଉଁଟି  ଆଣିକି

     ପୂର୍ଣ୍ଣ କରେ ମନୋରଥ ।୪।

କେବେ ଲେଖିଥାଏ ସମାଜ କୁ ନେଇ

   କେବେ ଦେଶ ପ୍ରେମ ପାଇଁ ,

କେବେ ଝରିଯାଏ ପ୍ରୀତି ପୂର୍ଣ୍ଣ ଭାଷା

    ପ୍ରଣୟ ଲେଖନୀ ନେଇ ।୫।

କେବେ ରଚିଥାଏ  ବିପ୍ଲବ'ର ସ୍ୱର

    କେବେ ଲେଖେ କିଛି ବ୍ୟଙ୍ଗ,

ପ୍ରକୃତି'କୁ ନେଇ   ସଜାଏ କଳ୍ପନା

      କବିତାରେ ଝରେ ରଙ୍ଗ ।୬।

ଅତୀତର ଛାୟା ଭବିଷ୍ୟତ ଖୋଜେ

     କବିତାର ଅନୁରାଗେ ,

କବି ଆତ୍ମା ଟିଏ  ପାଠକ ହୃଦୟେ

      ଜିଏଁ'ତ ଅତି ସରାଗେ ।୭।

ସେ'ତ ବହୁବର୍ଣ୍ଣା  ମନର ବାସନା

      କବି'ର ସେ କଳପନା ,

ଯୁଗ ଯୁଗ ପାଇଁ   ବଞ୍ଚି ରହିଥାଏ

      ସଦା କବି'ର ସାଧନା ।୮।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy