କବି ପ୍ରେମ
କବି ପ୍ରେମ
ପ୍ରେମ ଦେଲା ମୋତେ କବିପଣ ଆଉ
କବିପଣ ଦେଲା କବିତା
କବିତା ଏମିତି ବଦାନମ କରେ
ସତେକି ସହସ୍ର ପ୍ରେମିକା
ଆସୁଥିବା ପାଦ ବାଟଭାଙ୍ଗି ଦିଏ
କିନ୍ତୁ ରେ ଅଟକେ ପ୍ରେମ
ମୋ ନୀରବତାକୁ ଏଡାଇବା ଦଫା
କଲମକୁ ବଦନାମ
କାନ୍ଦି ଶୋଇଥିବା ଲୋକଟା ପାଉଛି
ସପନ ଦେଖିବା ଶାସ୍ତି
ଦୂର ପାହାଡ଼ର ଲୁହ ଦିଶେ ନାହିଁ
ଦିଶେ ବରଷାର ପ୍ରୀତି
ଅନୁଭବି ଜାଣେ ସାଗର ମଝିରେ
ତୃଷାର୍ତ୍ତର କେତେ ଦୁଃଖ
ସମୁଦ୍ରର ଘେରରେ ରହିବା ଲୋକର
ବିନ୍ଦୁଏ ପାଣିରେ ଶୋଷ