STORYMIRROR

Debabrata Barik Debunu

Romance

3  

Debabrata Barik Debunu

Romance

କବି ପ୍ରେମ

କବି ପ୍ରେମ

1 min
303

ପ୍ରେମ ଦେଲା ମୋତେ କବିପଣ ଆଉ

କବିପଣ ଦେଲା କବିତା

କବିତା ଏମିତି ବଦାନମ କରେ

ସତେକି ସହସ୍ର ପ୍ରେମିକା

ଆସୁଥିବା ପାଦ ବାଟଭାଙ୍ଗି ଦିଏ

କିନ୍ତୁ ରେ ଅଟକେ ପ୍ରେମ

ମୋ ନୀରବତାକୁ ଏଡାଇବା ଦଫା

କଲମକୁ ବଦନାମ

କାନ୍ଦି ଶୋଇଥିବା ଲୋକଟା ପାଉଛି

ସପନ ଦେଖିବା ଶାସ୍ତି

ଦୂର ପାହାଡ଼ର ଲୁହ ଦିଶେ ନାହିଁ

ଦିଶେ ବରଷାର ପ୍ରୀତି

ଅନୁଭବି ଜାଣେ ସାଗର ମଝିରେ

ତୃଷାର୍ତ୍ତର କେତେ ଦୁଃଖ

ସମୁଦ୍ରର ଘେରରେ ରହିବା ଲୋକର

ବିନ୍ଦୁଏ ପାଣିରେ ଶୋଷ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance