STORYMIRROR

Puspanjali Panda

Abstract

3  

Puspanjali Panda

Abstract

କୌଶଳ

କୌଶଳ

1 min
11.6K

ଭାବୁଛି ତୁମଭଳି

କାଠଗୋଡ଼ କାଠ ହାତକରିଦେବି

ତୁମେ ଯେପରି ଉଡ଼ି ପାରୁଛ

ଏ ମନରୁ ସେ ମନକୁ

ସେମିତି ଦିଟା ପଙ୍ଖା ଲଗାଇଦେବି

ମୋ ସାଇକେଲ ରେ

କେବେ ଗଡିଛି ଯେ

ପଡିଯିବି ବୋଲି ଗଡେଇନି।

କେବେ ଉଡ଼ି ଥିଲି ଯେ !

ଉଡ଼ିନି ବୋଲି ଉଡିବିନି!

ଏ କୋଉ ନିୟମ ଯେ!

ଭରସା ଥିଲା ,ମୋ ନିଜ ଉପରେ

ଭରସା ବିଶ୍ୱାସ ତମେ ନେଲାପରେ

ଏମିତି ଛନ୍ଦି ଦେଲ

ସଂସାର ରେ ସଶଂୟରେ

ଦେହକୁ ଦାହକଲ

ଜୀବନ କୁ ଘୋଷାରି ନେଲ

ଉଡ଼ି ବାର, ବଞ୍ଚିବାର ,ଉନ୍ମାଦନାର

ରୋମାଞ୍ଚ ଲୁଚିଗଲା

ଜୀବନ ବନ୍ଦୀ ବନେଇ ଦେଲା।

ବନ୍ଦୀର କି ଆନନ୍ଦ ଯେ!

ଭାବୁଛି ଏଇ ନୂଆ ଡେଣା ଦେଇ

ମୋ ପୃଥିବୀର

ଅକ୍ଷପଥ ପ୍ରଦକ୍ଷିଣ କରିବି

ଅକସ୍ମାତ ଈଶ୍ୱର ମିଳିଗଲେ

ଜନ୍ମରୁ ମୃତ୍ୟୁ ଯାଏ

ଉଡ଼ି ବାର କୌଶଳ ଶିଖିବି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract