STORYMIRROR

Bidyadhar Mantry

Fantasy

4  

Bidyadhar Mantry

Fantasy

କାଉ କୁଣିଆ

କାଉ କୁଣିଆ

2 mins
305


ଉଦୁଉଦିଆ ଖରା ବେଳ

ଶୁନଶାନ୍ ରାସ୍ତାଘାଟ ନିଛାଟିଆ ପରିବେଶ

ଯେତେ ପାଣି ପିଇଲେ ବି ଶୋଷ

ଦେହ ମୁଣ୍ଡ ଝାଳ ଗନ୍ଧ 

ପବନ ଲୁଚିଛି କେଉଁଠି , ଅସହ୍ୟ ଗୁଳୁଗୁଳି

ଆମ୍ବ ପଣସ ର ପାଚିଲା ମହକ

ଶୋଇବାକୁ ଇଛା ହେଲେ ବି ନିଦ ହେଉନି

ତଥାପି ଆଖି ମୁଦି ରହିଲେ ଆରାମ ।


କାଉ ର ବି କାମ ଅଛି      

ଟାଣ ଖରା ପରେ ବର୍ଷା ଦିନ ଆସିବ    

ବସା ବାନ୍ଧିବ କେଉଁ ଗଛ ଡାଳରେ

କାଠି କୁଟା ସଂଗ୍ରହ କରିବାକୁ ହେବ

ବ୍ୟସ୍ତ ସମୟ, ଅଣ୍ଡା ଦେବା ସମୟ 

ତଥାପି ସମାଜ ସେବା,ମଣିଷ ପାଖରେ ବସା

ଘର କୁ କେହି ଆସିବାକୁ ଅଛି

ମାଲିକଙ୍କୁ ଜଣାଇବାକୁ ହେବ

ଆରମ୍ଭ ହେଲା କା କା କା କା କା କା ।


ଓଃ ହ !! ଏ ଟାଣ ଖରାରେ କା କା କା

କାହିଁକି ଏତେ ରଡ଼ି, ବିରକ୍ତି ଲାଗୁଛି

କୋଇଲି ହେଲେ ଟିକେ ଶୁଣିବାକୁ ମିଠା

କାଉ ଟା ର ସ୍ୱର୍ କର୍କଶ ,ଶବ୍ଦ ବେଶି 

ଦୁଇ ତିନି ଥର କା କା ଶୁଣିଲେ ମୁଣ୍ଡ ଟିଣ

ବୋଧେ କିଏ ଆସିବାର ଅଛି

ଏଟା ଜଣାଶୁଣା କଥା

ବିଶ୍ୱାସ ଅବିଶ୍ବାସ ଓ ଅନ୍ଧବିଶ୍ୱାସ

ଯାହା ବି ହେଉ, ମାନିବାକୁ ହେବ ।


ଇଏତ ସ୍ମାର୍ଟଫୋନ୍ ଜମାନା

ଯିଏ ଆସିବାର ଅଛି, ଜଣେଇ ଦେବ

ଆଉ କାଉ କଣ ଅଧିକ ଜାଣିଛି

ଖରା ବେଳ ରେ ଆସି କା କା କା

ଯିଏ ଆସିବ ,ବୋଧେ ତା'ର ମୋବାଇଲ୍ ନାହିଁ

ଏଇଟା ଭୁଲ୍, କାହାର ଫୋନ୍ ନାହିଁ କହିଲ ??

କାଉ ର ହିସାବ କଣ ଭୁଲ୍ !!

କାଉ ର ନେଟୱର୍କ ଓ ଟାୱାର ପୁରୁଣା

ସତ,କିନ୍ତୁ ମେସେଜ୍ ଠିକ୍  

ଆଜି କାଲିର କଥା ନୁହଁ, ପୁରୁଣା କାଳରୁ ।


କାଉ ବିଚରା କେତେ କା କା ହେବ

ଜଣେଇବା କଥା,କିଏ ଆସିବ

କୁହା ଗଲା କାଉ ଷ୍ଟାଇଲ ରେ

ଘର ମାଲିକଙ୍କୁ ବୁଝିବାକୁ ହେବ, ନ ହେଲେ ଢୋ

ସେପଟେ ଦୁନିଆ କାମ,ଘର ଜଗିବାକୁ ହେବ

ନ ହେଲେ, କୋଇଲି ଅଣ୍ଡା ରଖିଦେବ

କଣ ଭାବିଛି, କାଉ ଘର କଣ ଏତେ ଶସ୍ତା?


ସନ୍ଧ୍ୟା ହେଲା, କେହି ନାହିଁ

ଛାଡ଼, କାଉ ରଡିଲେ ଆଉ କୁଣିଆ ନା ଫୁଣିଆ

ବେକାର କଥା, ଅନ୍ଧ ବିଶ୍ବାସ

କାଉ କଣ ଆଉ ମାଠିଆ ରେ ଗୋଡ଼ି ରଖି

ପାଣି ପାଇଁ ଅପେକ୍ଷା କରୁଛି

ଏବେ ପରା ଥଣ୍ଟ ରେ ଟ୍ୟାପ୍ ଖୋଲିଲେ ପାଣି

ପିଲା ନ ଖାଇଲେ ମା କାଉକୁ ଡାକୁଥିଲା

ଆ କାଉ, ଆ ନେ.... ଆ ନେ

ଏବେ ପିଲା ସ୍ମାର୍ଟ୍ ଫୋନ୍ ଦେଖିଲେ ଖାଉଛି

ଆଉ କାଉ ଯୁଗ ନୁହେଁ, ଫାଲତୁ କଥା।


ରାତି ହେଲା,ଖିଆପିଆ ସରିଲା

କବାଟ ରେ ତାଲା, ଏବେ ଶୋଇବା

ଆଉ ଏତେ ରାତିରେ କଣ କୁଣିଆ ଆସିବେ?

ଛାଇ ନିଦ,କବାଟରେ ଠକ୍ ଠକ୍

କିଏ, ଏତେ ରାତିରେ କଣ କାମ

ସେପଟୁ ଉତ୍ତର ଆସିଲା

 ଆପଣଙ୍କ ଫେସବୁକ୍ ଫ୍ରେଣ୍ଡ୍ ।


କବାଟ ଖୋଲା ହେଲା

ଏକ ସୁନ୍ଦରୀ ବୟସ୍କ ମହିଳା ଓ ଭଦ୍ର ବ୍ୟକ୍ତି

ଫୋଟରେ ଦେଖିବା ଠାରୁ ଅଧିକ ସୁନ୍ଦର

ହାତରେ ଦୁଇଟି ବ୍ୟାଗ୍

ବୋଧେ ଆଶ୍ରୟ ଚାହୁଛନ୍ତି

ଆସନ୍ତୁ, ସ୍ବାଗତସମ୍ବର୍ଦ୍ଧନା ସହିତ

ମନରେ ଭୟ ଓ ଆଶଙ୍କା ।


ଆମେ ରାତିଟା ଏଠାରେ ରହିବୁ

ଏ ବାଟ ଦେଇ ଯାଉଥିଲୁ

ଗାଡ଼ି ଟା ଗ୍ୟାରେଜ୍ ରେ ଦେଇଛୁ

ଡେରି ହେବ,ରହିବାର ସୁବିଧା ନାହିଁ

ନିଅରେଷ୍ଟ୍ ଫ୍ରେଣ୍ଡ୍ ଆପଣ

ତେଣୁ ଆସିବାକୁ ଇଚ୍ଛା ବଢିଲା

ନନ୍ ଷ୍ଟପ୍ କହୁଥିଲା ସୁନ୍ଦରୀ ମହିଳା ।


ମୁହଁରେ ହସ ଫୁଟାଇ,ଠିକ୍ ଠିକ୍

ଠିକ୍ କହି କୁଣିଆ ଚର୍ଚା ହେଲା

ସେମାନଙ୍କ ଶୋଇବାର ବନ୍ଦୋବସ୍ତ

ଗୁଡ୍ ନାଇଟ୍ ବି କୁହାଗଲା

କୁଣିଆ ଏବେ ଘର ଭିତରେ ।


ସକାଳୁ ସଅଳ ଉଠିବାକୁ ହେଲା

କୁଣିଆ ଘରେ ଅଛନ୍ତି

କିଛି ଅସୁବିଧା ଯେପରି ନ ହୁଏ

କାଉ ବି କା କା ହେଉଥିଲା କମ୍ ସାଉଣ୍ଡ ରେ

ବୋଧେ ପଚାରୁଥିଲା କୁଣିଆ କେମିତି ଅଛନ୍ତି

କାଉ ଓ କୁଣିଆ ଏବେ ବୁଝି ହେଲା

ସ୍ମାର୍ଟ୍ ଫୋନ୍ ରାଜୁତି ପରେ

ବାଟ ଭାଙ୍ଗି ଚାଲିଗଲେ ଘଣ୍ଟା ଓ କ୍ୟାମେରା

ଷ୍ଟୁଡିଓ ବେପାର ମାନ୍ଦା

ଟର୍ଚ୍ଚ କଥା ନ କହିଲେ ଭଲ

କିନ୍ତୁ କାଉ ତା ଧର୍ମ ପାଳନ କରୁଛି

କୁଣିଆ କୁଣିଆ ଯାହା କା କା ତାହା

କାଉ ଭାଷାରେ କା ହିଁ କୁଣିଆ

ଷ୍ଟାଇଲ ରେ କାଉ କହୁଛି କା =କୁଣିଆ

କୁଣିଆକା, ନ ବୁଝିଲେ ଢୋ ଆଉ ଢୋ....।।



Rate this content
Log in

Similar oriya poem from Fantasy