STORYMIRROR

Akshayakumar Dash

Action Crime Others

3  

Akshayakumar Dash

Action Crime Others

କାଠହଣା ଚଢ଼େଇ

କାଠହଣା ଚଢ଼େଇ

1 min
167


କାଠହଣା ଚଢ଼େଇ

ଗଛେ ବସି ଥଣ୍ଟେ ହାଣି

କାଠ ଦିଏ ଛଡେଇ।


ଗଢ଼ୁଥାଏ କୋରଡ

ଆପଣାର କାମ ପାଇଁ

ଭାବେନାହି ସେବଡ।


ସଂଜହେଲେ ବସାକୁ 

ଉଡ଼ିଆଶି ସୋଇପଡେ଼

ଆଦରିତା ଦଶାକୁ।


ଦିନେ ଝଡ ରାତିରେ

ପେଚାଟିଏ ଉଡିଆସେ 

ବସେ ଗଛ ଛାତିରେ।


ଆସେ ଝଡ ବତାସ

ମରିବା ବଞ୍ଚିବା ଘେନି 

ହେଉଥାଏ ହତାଶ।


ଦେଖେ ଗଛ କୋରଡ

ଭିତରେ ପଶିଲା ଯାଇ

ହଟିଲା ତାଡର।


ରାତି ପାହି ସକାଳ

ବାଟ ଘାଟ ପଡ଼ିଅଛି

ଗଛପତର ଡାଳ।


କାଠହଣା ବିଚାରେ

ଦେଖେ ଯାଇ କୋରଡକୁ

କେଶୋଇଛି ପଚାରେ।


ଆଖିଖୋଲି ନିଦରୁ

ପେଚା କୁହେ କାଲି ଭାଇ

ବଞ୍ଚିଲି ମରୁମରୁ।


କିଏ ଏହି ଦେବତା

ଗଢ଼ିଥିଲା ବୋଲି ସିନା

ଗୁଞ୍ଜି ଦେଲି ମୋମଥା।


କାଠହଣା ଚଢ଼େଇ

ତାଆଡକୁ ଥଣ୍ଟ ଟିକେ

ଦେଇଥିଲା ବଢେଇ।


କହିଥିଲା କାନରେ

ପରିଶ୍ରମ ବୃଥାହୁଏ 

 ନାହିଁ ରଖ ମନରେ।


ଏଇ ଛୋଟ କରମ

ତୁମ କାମେ ଲାଗିବାରୁ

ଅରଜିଲି ଧରମ।


ଉଡିଗଲା ଚଢ଼େଇ

ମାୟା ମୋହ ବନ୍ଧନକୁ 

ଦେଇ ସବୁ ଛଡେଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action