STORYMIRROR

Narayan chandra Nayak

Romance

4  

Narayan chandra Nayak

Romance

କାଶତଣ୍ଡୀ ର ହସ

କାଶତଣ୍ଡୀ ର ହସ

1 min
11


ଆଶ୍ବିନ ମାସରେ କାଶ ଫୁଲର

ଶୁଭ୍ର ଚାଦର ଘୋଡେଇ ହୋଇ

ଧରଣୀ ରାଣୀ ମୁରୁକି ହସୁଛି

ସୁଶୀତଳ ସମୀର ପରଶ ପାଇ। 


ସେଇ ମ୍ରୁଦୁ ମଳୟ ସଙ୍ଗେ

ତାଳ ଦେଇ କାଶତଣ୍ଡୀ ହସଇ

ବିଲ, ନଦୀପଠା, ରାସ୍ତା କଡେ

ସତେକି ଚାମର ହଲେଇ। 


ଶୁଭ୍ର ମେଘ ଖଣ୍ଡ ର ସମ୍ଭାର

ନିର୍ମଳ ଆକାଶେ ଶୋଭଇ

ଭାସେ ଦୋଳା ଦୋଳା ହୋଇ

ଶରତ ଋତୁର ଆଗମନକୁ ସୂଚାଇ


ଧରା ବକ୍ଷକୁ ଫେରିଛି ଶରତ 

ପୁଷ୍କରିଣୀ ରେ ପଦୁଅଁ ଫୁଟାଇ

ଖିଲି ଖିଲି ହସେ କଇଁଫୁଲ

ତୋଫା ଜହ୍ନ କିରଣକୁ ଚାହିଁ।


ଶେଫାଳୀ ର ମଧୁର ବାସ୍ନାରେ

ପୁରପଲ୍ଲୀ ମହକି ଉଠଇ

ବାଡ଼ି ବଗିଚାର ସୌନ୍ଦର୍ଯ୍ୟ ବଢାଇ

ଜହ୍ନି, କାକୁଡିର ଫୁଲ ଚହଟଇ। 


ଏହି ପବିତ୍ର ଆଶ୍ବିନ ମାସରେ

ଶୈଳପୁତ୍ରୀ ହେବେ ଧରାବତରଣ

ମା'ଙ୍କ ପୂଜାର୍ଚ୍ଚନା ରେ ମଗ୍ନ ହୋଇ

ଆଶିଷ ଲଭିବେ ଭକତଜନ। 

       






















Rate this content
Log in

Similar oriya poem from Romance