Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
180



କି ଗୁଣ ଗାଇବା ତାହାର ମହିମା

ଓଡ଼ିଆ ଜାତିର ଦେଖାଏ ଗରିମା

ଅତୀତରେ ଏହି ପୁଣ୍ୟ ତିଥିରେ

ଓଡିଆ ସାଧବ ପୁଅ

ବାଣିଜ୍ୟ ପାଇଁ ଥାଉ ଥିଲା ଦୂରେ

ଜାଭା, ସୁମାତ୍ରା ଓ ମାଳ ଦ୍ଵୀପ ଯାଇ

ବିଦେଶୁ କେତେ ଯେ

ଧନରତ୍ନ ଆଣୁଥିଲା ବୋହି ।

ସେହି ଅତୀତ ର ଇତିକଥାକୁ

ଆମେ ମନେ ପକାଇ

ଡଙ୍ଗା ଭସା ଆମେ ପାଳୁଛେ

ଉତ୍କଳ ମାଟିର ଭଉଣୀ ଭାଇ

ଧୂପ, ଦୀପ ଆଉ ପାନ, ଗୁଆ ଥୋଇ

ଆମ ଡଙ୍ଗା ରୂପୀ

ବୋଇତ କୁ ଦେଉ ବନ୍ଦାଇ ।


ଆମ ଅତୀତର ବୀର ଗାଥା

ଓଡିଆ ସାଧବ ପୁଅଙ୍କ

ବାଣଣିଜ୍ୟିକ ବ୍ୟବସ୍ଥା

ଥିଲା କେଡେ ମନୋହର

ଆମ ଓଡ଼ିଶା କୁ ଧନରତ୍ନ ରେ

କରୁଥିଲେ ଭରପୁର

କେତେ ସୁନ୍ଦର ସମୃଦ୍ଧ

ପ୍ରଥା ପରମ୍ପରା ଆମର

ସେ ପାଇଁ ପ୍ରତି ଓଡ଼ିଆ ଘରେ

କାର୍ତ୍ତିକ ପୂର୍ଣ୍ଣିମା ରେ

ହୋଇଛି ବ୍ୟବସ୍ଥା ବୋଇତ ବନ୍ଦାଣ ର ।


ଉତ୍କୃଷ୍ଟ କଳା ସଂସ୍କୃତି ରେ ଭରା

ଆମ ପରମ୍ପରା

କାର୍ତ୍ତିକେୟ ଙ୍କର ପୂଜା

ଏହି ପୂର୍ଣ୍ଣିମା ରେ

ପୁଣି ହୋଇଥାଏ ପରା

ଆମ ସଂସ୍କୃତି ଶିଖାଏ ଆମକୁ

ଆମ ମଧ୍ୟେ ଗଢିଉଠୁ ଭାଇଚାରା ।


ନାନା ଋତୁ ନାନା ପରବ ମଧ୍ୟରେ

କାର୍ତ୍ତିକ ମାସ ଟି ଧରମ ମାସରେ ଗଣା

ସେ ପାଇଁ ଏହି ପୂର୍ଣ୍ଣିମା ତିଥିରେ

କରି ବୋଇତ ବନ୍ଦନା

ସାଧବ ପୁଏ ଯାଉ ଥିଲେ ବିଦେଶକୁ ସିନା

ଜଳବାୟୁ ପାଣି ପାଗ

ଏହି ତିଥିରୁ ହୋଇଥାଏ ଅନୁକୂଳ

ବିଦେଶ ଯାତ୍ରାକୁ ଯିବା ପାଇଁ

ଏହି ଋତୁ ଏହି ମାସ ଓ ତିଥିକୁ

ମଣୁଥିଲେ ଶୁଭ ବେଳ

ଓଡିଆ ଘରର ଝିଅ ବୋହୂଏ

ସେ ପାଇଁ କରନ୍ତି ଏ ପରବ ପାଳନ

ବେପାର ବଣିଜ ର ଶୁଭ ମନାସି

କରୁଥିଲେ କରୁଛନ୍ତି ବୋଇତ ବନ୍ଦାଣ ।



Rate this content
Log in

Similar oriya poem from Abstract