Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alaka Dash

Tragedy Others

3  

Alaka Dash

Tragedy Others

କାନ୍ଦେ ଆଜି ବଡ଼ଦାଣ୍ଡ

କାନ୍ଦେ ଆଜି ବଡ଼ଦାଣ୍ଡ

1 min
196


କାନ୍ଦେ ଆଜି ବଡ଼ଦାଣ୍ଡ 

        କାନ୍ଦୁଛି ଶରଧା ବାଲି, 

ସରିଗଲା ରଥ, ଭକ୍ତ ଭଗବାନ 

      ନ ହେଲେ ଯେ କୋଳାକୋଳି l

ସେ ଅପୂର୍ବ ଦୃଶ୍ୟ ମହାମିଳନ 

      ଦେଖି ହୋଇ ଥାନ୍ତେ ଧନ୍ୟ, 

ମହାମିଳନର କୁଞ୍ଜ ବଡ଼ଦାଣ୍ଡ 

      ସାଜି ଥାଏ ଚିର ଦିନ l

ଶରଧା ବାଲିରେ ଭକ୍ତ ପଦ ଧୂଳି 

      ପାଇ ହୋଇ ଥାଏ ଧନ୍ୟ, 

ଶରଧା ବାଲିକୁ ସର୍ବାଙ୍ଗ ରେ ବୋଳି 

     ଭକ୍ତ ଲଭେ ମହା ପୁଣ୍ୟ l

ଏକା ଏକା ଜଗା ମାଉସୀ ଘରକୁ 

       ବିରସ ବଦନେ ଗଲା, 

କାହିଁ ଥିଲା ଏଇ କୋରନା ରାକ୍ଷସ 

      ସବୁ ସୁଖ ହରି ନେଲା l

ଦୂର ଦର୍ଶନରେ ନିରେଖି ଦେଖିଲେ 

     କାଳିଆ ଠାକୁର କହି, 

ଘରେ ଘରେ ବସି ମୁଣ୍ଡିଆ ମାରିଲେ 

       ଆଖିରୁ ଅଶ୍ରୁ ଝରାଇ l

ଦୁଇ ହାତ ଟେକି କଲେ ହରି ବୋଲ 

      ଶଙ୍ଖ ହୁଳହୁଳି ଦେଇ, 

ଜୟ ଜଗନ୍ନାଥ ମହାବାହୁ ରଖ 

       ରଖ ହେ ଜଗତ ସାଇଁ l

ତୁମେହିଁ ଆତ୍ମା, ପରମାତ୍ମା ତୁମେ 

    ତୁମେହିଁ ପ୍ରାଣ କରତା, 

ତୁମେ ହିଁ ସୃଷ୍ଟି, ବିଲୟ ତୁମେହିଁ 

     ତୁମେ ହିଁ ଭାଗ୍ୟ ବିଧାତା l

ତୁମେ ହିଁ ଆଶା ଭରସା ତୁମେହିଁ 

      ତୁମେହିଁ ପ୍ରାଣ ସ୍ପନ୍ଦନ 

ତୁମରି ଶରଣେ ଯାଉଛୁ ହେ ପ୍ରଭୁ 

       ଫେଡ଼ି ଦିଅ ହେ କଷଣ l

ତୁମ ହାତ ଗଢା ଏ ସୁନ୍ଦର ସୃଷ୍ଟି 

     ଅଦିନେ ଯାଉଛି ଭାସି, 

ଆହେ ଚକ୍ରଧର ମିନତୀ ମୋହର 

    ରକ୍ଷା କର  ବାରେ ଆସି l



Rate this content
Log in

Similar oriya poem from Tragedy