STORYMIRROR

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

କାମନାର ନିଆଁ

କାମନାର ନିଆଁ

1 min
256

    କାମନାର ନିଆଁ 

        ଜାଳୁଛି ଦେଶକୁ

    ଜାଳୁଛି ଜାତିକୁ

     ଜାଳୁଛି ସମାଜକୁ

    ଜାଳୁଛି ଦୁନିଆଁ

      ଏ କାମନାର ନିଆଁ ।

    ଅରାଜକତାର କାରଣ

     ଅନ୍ୟାୟ, ଅନୀତି, ଦୁର୍ନୀତି

      ଶୋଷଣ ଓ ଲୁଣ୍ଠନ

     ଅତ୍ୟାଚାର, ହତ୍ୟାକାଣ୍ଡ

      ଦୁଷ୍କର୍ମ, ଦୁରାଚାର

     ଗଣହତ୍ୟା, ଗଣବଳତ୍କାର

     ସବୁର କାରଣ

     ଯାହା ପାଇଁ ଜଳେ

      ପୂର୍ଣ୍ଣ ଦିବାଲୋକେ

    ରାଜରାସ୍ତାରେ ହୁତ୍ ହୁତ୍

       ହୋଇ ନିଆଁ

     ସେ ଆଉ କିଛି ନୁହେଁ

     ତାହା ସେ କାମନାର ନିଆଁ ।

     ପ୍ରେମ, ପ୍ରତାରଣାର ନିଆଁ

     ମିଳନ, ବିଛେଦର ନିଆଁ

     ସାମାଜିକ ବିଶୃଙ୍ଖଳାର ନିଆଁ

      ରାଜନୈତିକ କ୍ଷମତା

       ଅକ୍ତିଆରର ନିଆଁ

      ଯା' ଲାଗି ଉଜୁଡେ

     କେତେ କାହାର ସଂସାର

     ଯା' ପାଇଁ ହସ ଖୁସିର ପରିବାରେ

       ଜଳିଥାଏ ଅଶାନ୍ତିର ନିଆଁ

       ସେ ଏହି ସ୍ଵାର୍ଥର ନିଆଁ

        ଅର୍ଥର ନିଆଁ କାମନାର ନିଆଁ ।

       ସମାଜ ଆଜି କଳଙ୍କିତ

         ଏ ମାନବ ସଭ୍ୟତା

            ଏବେ ବିଷାଦଗ୍ରସ୍ତ

       ସଭ୍ୟ ମନୁଷ୍ୟ ପାଲଟିଛି

        ଅଧୁନା ହିଂସ୍ର, କାମାସକ୍ତ

      ଲୋଭ, ମୋହର

         ଚକ୍ରବ୍ୟୁହରେ ପଡି

       ହରାଇଛି ନିଜର ବ୍ୟକ୍ତିତ୍ବ

      ଚତୁର୍ଦ୍ଦିଗେ ଜଳୁଛି ଅଶାନ୍ତିର ନିଆଁ

       ସାହି, ଭାଇ, କୁଟୁମ୍ବେ

        ଦେଖାଦିଏ ଅବିଶ୍ଵାସର ନିଆଁ

       ମନୁଷ୍ୟ ଜାତିର କାମାଗ୍ନି

        ପ୍ରଜ୍ବଳିତ ହୋଇ

       ବିଛୁରିତ ହୋଇ ଖେଳିଯାଏ

       ସମଗ୍ର ବିଶ୍ଵେ କାମନାର ନିଆଁ ।

      ସମାଜ ଅଧପତିତ

        ଶିକ୍ଷା, ଶିକ୍ଷକ ଓ ଛାତ୍ର

      ଆପଣେଇଛନ୍ତି ଅପସଂସ୍କୃତି

       ମନୁଷ୍ୟ ହୋଇ ସ୍ଵାର୍ଥପର

       ଘଟିଛି ସେମାନଙ୍କର

         ମାନସିକ ବିକୃତି

      ସ୍ଵାର୍ଥାନ୍ଧ ମଣିଷ

         ବୁଣୁଛି ଆଜି ମଞ୍ଜି ବିଷ

      ଜାଳିପୋଡି ଦେବାକୁ

          ଚାହୁଁଛି ଦୁନିଆଁ

      ନିଜେ ବଞ୍ଚିବାର

         ଦେଖେ ଖାଲି ସପନ

     ଅନ୍ୟର ଗୃହ ଧ୍ଵଂସି

        ନିଜେ ଚାହେଁ ରାଜସିଂହାସନ

     କପୋଳକଳ୍ପିତ କୂଟକପଟର

        ରାସ୍ତା ଆଦରି

     ନିଜେ ଧନ, ସମ୍ପଦ, ମାନ, ସମ୍ମାନ

       ସବୁ ନେବାକୁ ଚାହେଁ ଆବୋରି

      ବୁଝେନା ଏ ସ୍ଵାର୍ଥୀ ମଣିଷ

       କାମନାଟି ଅଟେ ହଳହଳା ବିଷ

      ସେ ବିଷଟି ତାକୁ ଦିନେ

        କରିଦେବ ଶେଷ

       ପ୍ରତିଯୋଗିତାରୁ ଓହରି

       ରେ ମଣିଷ ଜାତି

        ବିଶ୍ଵାସେ ହୁଅ ଭାବ ଦିଆନିଆ

       ତେବେ ତୁମ୍ଭ ମାନଙ୍କୁ କେବେ

        ଜାଳି ପୋଡି ନ ଦେବ

         ଏ କାମନାର ନିଆଁ

      ଅଯଥାରେ କେବେ ଜଳିପୋଡି

        ଧ୍ଵଂସ ନ ହେବ ଏ ଦୁନିଆଁ ।

        



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract