କାଳିଆ ବଳଦ ଆସିଲା
କାଳିଆ ବଳଦ ଆସିଲା
କାଳିଆ ବଳଦ ଆସିଲା,
ମଦନା ବାଡ଼ିରେ ପଶିଲା
କଖାରୁ, କାକୁଡ଼ି, ଭେଣ୍ଡି, ବାଇଗଣ
ରଡ଼ମଡ଼ କରି ଗ୍ରାସିଲା ।
ସେତିକି ବେଳକୁ ଧଡ଼ିଆ,
ତୋଳୁଥିଲା ଗଛୁ ନଡ଼ିଆ
ଦେଖି ଡାକ ଦେଲା, "ରଙ୍ଗିଆ, ରଙ୍ଗିଆ
ଝଅଟ ଏଣିକି ମାଡ଼ିଆ'।"
ରଙ୍ଗିଆ ଧାଇଁକି ଆଇଲା,
ଲାଙ୍ଗୁଡ଼ ହଲେଇ ଚାହିଁଲା
ଧଡ଼ିଆ କହିଲା, "ଧ' ତାକୁ ଯାଇ
କାଳିଆଟା ସବୁ ଖାଇଲା ।"
ଭୋଓ ଭୋଓ ରଡ଼ି ଛାଡ଼ିକି,
ରଙ୍ଗିଆଟା ଗଲା ମାଡ଼ିକି
ଡରିମରି ତାକୁ କାଳିଆ ବଳଦ
ପଳେଇଲା ଛାଡ଼ି ବାଡ଼ିକି ।
