STORYMIRROR

Mahendra Kumar Swain

Tragedy Others

4  

Mahendra Kumar Swain

Tragedy Others

କାଳିଆ ଆସିଲା ମୋର

କାଳିଆ ଆସିଲା ମୋର

1 min
236

ଆସିଲା କାଳିଆ ବଡ଼ ଦେଉଳରୁ

ଭାଇ ଭଉଣୀଙ୍କୁ ଧରି

ହଲି ଝୁଲି କରି ଟାହିଆ ହଲେଇ

ଆସୁଥାଏ ଥିରି ଥିରି ।


ଘଣ୍ଟ ହୁଳହୁଳି ଡାକ ପଡୁଥାଏ

କାଳିଆ କାଳିଆ ବୋଲି

ଦେଖି ତତେ ଆଜି ବହୁଦିନ ପରେ

ମନକୁ ମୋ ଶାନ୍ତି କଲି ।


ଦେଖି କରି ତୋର ରୂପରେ କାଳିଆ

ଆଖି ମୋର କାନ୍ଦୁଥାଏ

କାହିଁରେ କାଳିଆ ଲୁହ ମୋ ଆଖିରୁ

ଆପେ ଆପେ ଝରୁଥାଏ ।


ଯାଇ ସିନା ଆଜି ପାରିଲି ନାହିଁରେ

ଘରେ ବସି ଦେଖୁଅଛି

ମନର କଥାକୁ କାଳିଆରେ ତତେ

ଏଇଠୁ କହି ଦେଉଛି ।


ଭାବର ଠାକୁର ଲୀଳାମୟ ତୁମେ

ଭକତ ଜୀବନ ଧନ

ଭକତଙ୍କ ପାଇଁ ରଥଯାତ୍ରା ତୋର

ଭକତ ଠାରେ ତୋ ମନ ।


ଜାଣି ମୁଁ ପାରୁଛି ମନ କଥା ତୋର

କଷ୍ଟ ତତେ ହେଉଥିବା

ବଡ଼ ଦାଣ୍ଡେ ତୋର ଭକତ ନ ଦେଖି

ଦୁଃଖ ତତେ ଲାଗୁଥିବ ।


ନେଇଯା କାଳିଆ ରୋଗକୁ ଦୁରେଇ

ଯିବୁ ତୋର ବଡ଼ ଦାଣ୍ଡ

ମଣିମା ମଣିମା ଡାକୁଥିବୁ ତତେ

ଲଗେଇ ତଳେରେ ମୁଣ୍ଡ ।


Rate this content
Log in

Similar oriya poem from Tragedy