Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

କାହିଁକି ଅଭାବୀ ବିକ୍ରି

କାହିଁକି ଅଭାବୀ ବିକ୍ରି

2 mins
151


କୃଷକ ମରଇ

ଫସଲ ପାଇଁ ତା'ର

ଦରଦ ବୁଝେନା

ଆମ ଶାସନ ପ୍ରଶାସନ କଳ

କୃଷି ର ଦୁର୍ଗତି ହୁଏ ଏଠି

ହୁଏ କାହିଁକି ଅଭାବୀ ବିକ୍ରି

ବୁଝେନା ଶାସକ ଶୋଷକ

ବୁଝନ୍ତିନି ଆମ ରକ୍ଷକ କୁଚକ୍ରୀ ।


ବଂଶ ପରେ ବଂଶ

କୃଷକର ବଂଶ

ପିଉଛି ଯେ ବିଷ

ବୁଝନ୍ତିନି ଆମ ଯନ୍ତ୍ରୀ ମନ୍ତ୍ରୀ

ଯନ୍ତ୍ରଣା ଭିତରେ

କୃଷକ ଟି ତା'ର

ଉତ୍ପାଦିତ ଫସଲେ

କିମ୍ପା କରେ ହଳ

ବୁଝିଛ କି କେବେ ବୁଝିଛ କି

ହେ ଶାସକ ଶୋଷକ ଦଳ

ନାହିଁ ନୀତି ନାହିଁ କିଛି ଆଦର୍ଶ

ମିଛେ ବାହାସ୍ଫୋଟ ମାରନ୍ତି

ଖାଲି ଦେଶ ଦେଶ ।


ଦେଶର କୃଷକ ଦେଶର ଶ୍ରମିକ

ନେତାଏ ଭାବନ୍ତି ଖାଲି

ତାଙ୍କୁ ମାଛି ଅବା ପୋକ

କୃଷକ ତାହାର ଫସଲ ଉଜାଡେ

ଟ୍ରାକ୍ଟର ମାଧ୍ୟମେ ଫସଲକୁ

ତା'ର ନଷ୍ଟ ଭ୍ରଷ୍ଟ କରି

ମାଟିରେ ମାଡେ

ଶାସନ ପ୍ରଶାସନ କଳ

ନେତା ମନ୍ତ୍ରୀ ଦଳ

ବୁଝନ୍ତିନି ଦୁଃଖ ଶ୍ରମିକ କୃଷକ ର

ଚାଲିଛି ଚାଲୁଅଛି ଏ ଯାଏଁ

ଏ ଦେଶେ ରାଜ୍ୟେ ଅଭାବୀ ବିକ୍ରି

ବୁଝନ୍ତିନି କୃଷକ ଶ୍ରମିକ ର ଦୁଃଖ

ଆମ ଏ ତଥାକଥିତ ଗୋଷ୍ଠୀ କୁଚକ୍ରୀ ।


ନାହିଁ ଫସଲବୀମା

ନାହିଁ ଶୀତଳ ଭଣ୍ଡାର

କୃଷକ ହୁଅଇ ଖାଲି ହତାଦର

କୃଷି କର୍ମଣ ପାଆନ୍ତି ଆମ ସରକାର

କେଉଁ ଆଧାରରେ ପାଆନ୍ତି ପୁରସ୍କାର

ସେ କଥା ଜାଣନ୍ତି ଆମ ସ୍ବଚ୍ଛ ସରକାର

କୃଷକ ମରଇ ଋଣ ଭାରେ

ସରକାର ସମ୍ମାନ ପାଆନ୍ତି ପୁରସ୍କାରେ

କୁହ ସରକାର କୁହ

କାହିଁକି ଏ କୃଷକ କୁ ତୁମେ ଦିଅ ଠକି

କାହିଁକି ହେଉଛି ଏ ଅଭାବୀ ବିକ୍ରି ?


ସ୍ଵାଧୀନତାରପଞ୍ଚସ୍ତରୀ ବର୍ଷ ପରେ ବି

କାହିଁକି କରାଯାଉନାହିଁ ସ୍ଵତନ୍ତ୍ର କୃଷିନୀତି

କୃଷିପ୍ରଧାନ ଭାରତବର୍ଷେ

କୃଷକ ମରଇ ନିତି ନିତି

ଜାଗନ୍ତିନି ଜନତା ଜାଗନ୍ତିନି ନେତା

ଖାଲି ପ୍ରହସନ ଚାଲେ ଏଠି

ବାର୍ଦ୍ଧକ୍ୟ ର ବିଧବା ର ଭତ୍ତା

ଜନତାଙ୍କୁ ସତେ ଆମେ

ଭାବୁଛେ କି କୁତା ?


କୃଷିର ଉନ୍ନତି

କୃଷକର ପ୍ରଗତି

ସତେ କି ଆମ ନେତୃବୃନ୍ଦ ନ ଚାହାଁନ୍ତି

କୃଷିକୁ ଦେଇ ଶିଳ୍ପର ମାନ୍ୟତା

କିମ୍ପା କୃଷକଙ୍କୁ କର ଏତେ ହଟହଟା

କୃଷକ କରୁଛି ଏଠି ଆତ୍ମହତ୍ୟା

ଅଭାବୀ ବିକ୍ରି ଯୋଗୁଁ

ଫସଲ କୁ ମାରୁଛି କୃଷକ ଗୋଇଠା

ଗଣତନ୍ତ୍ର ଆଜି ବଞ୍ଚିଛି

ନା ଗଣ ନାମେ ଗଣତନ୍ତ୍ର ର ହତ୍ୟା ଚାଲିଛି ?


କିଏ କୁହେ ହାତୀ ଦେବି

କିଏ କୁହେ ଛତି ଦେବି

ଜନତାଙ୍କୁ ବନାଇ ଭକୁଆ

ନେତା ମନ୍ତ୍ରୀ ଶାସକ

ଦେଶେ ରଚୁଛ କି ଭୟ କୋକୁଆ

ହୁଅ ସାବଧାନ ଶାସକ ଶୋଷକ ଗଣ

ତେଜିବାକୁ ଆଉ ନାହିଁ ବେଶୀଦିନ

ଦଳିତ, ଶୋଷିତ,

କୃଷକ, ଶ୍ରମିକ ଙ୍କ ଜନଜାଗରଣ

ସେମାନଙ୍କ ପାଇଁ କର ନିର୍ଦ୍ଧିଷ୍ଟ

ନୀତି ନିର୍ଦ୍ଧାରଣ

କବି ଲେଖକଙ୍କ ତେଜିଲାଣି

ଏବେ ଏ ଦେଶେ କଲମର ମୁନ

ବିପ୍ଳବୀ ଆଜି ସାଜୁଛି କୃଷକ

ବିପ୍ଳବୀ ଏବେ ସାଜୁଛି ଶ୍ରମିକ

କୃଷକ ଶ୍ରମିକ କୁଦିଅ

ତାଙ୍କ ଶ୍ରମର ସମ୍ମାନ

ବନ୍ଦ୍ କର ବନ୍ଦ୍ କର

ଛତା ଜୋତା କମଳ ପ୍ରହସନ

ଅଭାବୀ ବିକ୍ରି ର କର ମୂଳ ଉତ୍ପାଟନ

କୃଷକ ଓ କୃଷି

ଉତ୍ପାଦିତ ଦ୍ରବ୍ୟକୁ ଦିଅ ସମ୍ମାନ

ନତୁବା ଆଗାମୀ ଦିନରେ

ହେବ ମହା ସଂଗ୍ରାମ

ହେବ ମହା ବିପ୍ଳବର ଜନ ଜାଗରଣ

ବେଳହୁଁ ହୁଅ ସାବଧାନ

ହେ ଶାସକ ଶୋଷକ ଗଣ

ବିପ୍ଳବୀର ସ୍ଵର ବିପ୍ଳବର ସ୍ଵର

ତେଜିଲାଣି ଏବେ ତେଜିଲାଣି

ବେଳହୁଁହୁଅ ସାବଧାନ

ଅଭାବୀ ବିକ୍ରିକୁ ବନ୍ଦ୍ କରି

କୃଷିଜାତ ଦ୍ରବ୍ୟର ଦିଅ ଉଚିତ୍ ମାନ ।


Rate this content
Log in

Similar oriya poem from Abstract