STORYMIRROR

Shanti Mishra

Abstract

4  

Shanti Mishra

Abstract

ନାହିଁ ଆଉ ଅବଶୋଷ କିଛି

ନାହିଁ ଆଉ ଅବଶୋଷ କିଛି

1 min
356


ନାହିଁ ଆଉ ଅବଶୋଷ କିଛି


ପରାଜୟ ସହ ବଞ୍ଚିବା ଟା କେବେଠୁ

ଦେହସୁହା ହୋଇ ଗଲାଣି l

ଯେବେଠୁ ଭାଗ୍ୟହୀନ ତାଲିକାରେ

ନାମ ମୋର ଲେଖି ଦେଲଣି ll

ପ୍ରଥମେ ପ୍ରଥମେ ବଦନାମ ତାଲିକାରେ

ନାମ ଦେଖି ଶଙ୍କା ପଶୁଥିଲା ମନରେ l

ଏବେ ତ କେତେ ଅବାଞ୍ଛିତ ନାମ

ଯୋଡି ହୋଇ ଗଲାଣି ସାଥିରେ ll

ଏ ପଙ୍କ କାଦୁାଅରୁ ଉଠି ଗଙ୍ଗାଜଳେ

ସ୍ନାନ କରିବାକୁ ମନ ଚାହୁଁନି l

ସବୁ ନଦୀ ଜଳ ଆଜି ଏକା ପରି ଲାଗେ

ପବିତ୍ରତା କୋଉଠି ଖୋଜି ପାଉନି ll

କେ ଧୋଇ ପାରିବ ମୋର ଏ କଳଙ୍କ

କେ କରିବ ମତେ ବିଶୋଧନ l

ଯେତେ ରାସ୍ତା ଅଛି ସବୁ ଆପଣେଇ ଆଜି

ଖୋଜୁଛି କିପରି ମିଳିବ ନିର୍ବାଣ ll

ଜୀବନରେ ଅନେକ ଅଭିଜ୍ଞତା ପରେ

ସବୁ ଲାଗେ ଆଜି ସମାନ l

କଳଙ୍କ, ଅକଳଙ୍କ କିଛି ନୁହଁ ସେତ

ଭ୍ରାନ୍ତ ମନର କିଛି ଅବଦାନ ll

ସବୁର ମୂଳେ ମନର କଳ୍ପନା ଜଳ୍ପନା

ନେଇ ଯାଏ ମଣିଷରେ ବହୁ ଦୂରକୁ l

କେବେ ସଙ୍କୁଚିତ କରେ, କେବେ ବିସ୍ଫାରିତ

ଯେମିତି ଭଲ ଲାଗେ ସେମିତି ହେବ ବଞ୍ଚିବାକୁ ll

କେଉଁ ପଥ ନୁହେଁ ଦୁର୍ଗମ ବା ଦୁର୍ଗତିରେ କଣ୍ଟକିତ

ସବୁ ରାସ୍ତାରେ ଅଛି ସତଗତି l

ଯୁଗ ଲାଗିଗଲା ବୁଝିବାକୁ କିଛି ସତ୍ୟ ଜୀବନର

ତଥାପି ଅନେକ ଏଯାଏ ଅବୁଝା ରହିଛି ll

କିନ୍ତୁ ମନକୁ ବୁଝାଇ ଦେଲେ ଓ ସେ ବୁଝିଗଲେ

ନରହି ଅବସାଦ ସବୁ ହୋଇଯିବ ନିର୍ମଳ l

ଦୂରେ ଚାଲିଯିବ ଅନ୍ତର୍ଦାହ ଧୋଇ ଯିବ ଗ୍ଲାନି,

ଜୀବନ ହୋଇଯିବ ସୁନ୍ଦର ସହଜ ସରଳ ll




Rate this content
Log in

Similar oriya poem from Abstract