STORYMIRROR

Chittaranjan Nanda

Abstract

4  

Chittaranjan Nanda

Abstract

ପ୍ରକୃତି ହେଲେ ଅଶାନ୍ତ

ପ୍ରକୃତି ହେଲେ ଅଶାନ୍ତ

1 min
560


କେବେ ବୁଝିବୁ ଫଳ ପ୍ରକୃତି ହେଲେ ଅଶାନ୍ତ 

ବିକାଶ ତ ପ୍ରକୃତିର ଯୁଗ ଯୁଗ ଧରି ଏକ

ଚିରନ୍ତନ ଧାରା

ବିକାଶ ବିନା, ପ୍ରାଣେ ନମିଳିବ କେବେ ଜାଣ

ସୁଖର ପଶରା ।।


ଏହା ସତ୍ୟ, ମଣିଷର ମନ ସର୍ବଦା ଏକ 

ଅମାନିଆ ଢେଉ

ଯେନ ତେନ ଉପାୟେ ଚାହେଁ ପାଇବ

ସୁଆଦିଆ ମହୁ ।।


ଖିଆଲି ନିଶାରେ ଚାହେଁ ଖାଲି ସେ 

ଲାଭର ବେଉସା 

ଅନେକ ଆଶା ଧରି, ଗତି କରେ ଥାଇ 

ବହୁମୁଖୀ ଦିଶା ।।


ଭୁଲିଯାଏ ସେ ଏହି ସତ୍ୟକୁ ଯେ, ମନ 

ହେଉଛି ଏକ କୁହୁଡି ଝଡ଼

ନେଇ ଯାଏ ତାର ମନ ତାକୁ ଅତିଶୟ

ଦୁର୍ଗମର ମୋଡ଼ ।।


ଷଷ୍ଠୀ ଦିନ ଚକ୍ଷୁ ରୋପଣ, ସପ୍ତମୀରେ 

ମହାସ୍ନାନ ପୂଜା

ମହାଷ୍ଟମୀ ଦିନ ଶ୍ୱେତବସ୍ତ୍ରେ ହୁଏ ମହା 

ଗୌରୀ ପୂଜା ।।


ବିଦ୍ଯାଦାତ୍ରୀ ସରସ୍ବତୀ ରୂପେ ଦୁର୍ଗା 

ଅଷ୍ଟମୀରେ ପୂଜା

ଶେଷରେ ନବମୀ ଆସଇ ସବୁଠୁ 

ମହାନ ସନ୍ଧିପୂଜା ।।


ଆଶା, ଅଜ୍ଞାନ ଅନ୍ଧାର ଦୂର କରି ମାଆ 

ଜ୍ଞାନାଲୋକ କରୁ ଦାନ

ମାଆର ଆଶିଷ ବାରି ଝରୁ, ମଣିଷ ସମାଜ 

ହେବ ଭାଗ୍ୟବାନ ।।


ପ୍ରତ୍ୟେକ ବର୍ଷ ହୁଏ ମହାଷ୍ଟମୀ ପୂଜା ପାଂଚ

ଦିନ ଆଡମ୍ବରେ

କିଛି ପାପ ତାପ ନାଶ ହୋଇଛିକି କୁହ ଏ 

ଧରା ଧାମରେ ।।


ପ୍ରକୃତିକୁ ପାଦେ ତଳେ ଦଳେ ଆଜିର ଏହି 

ମଣିଷ ଜାତି 

ପ୍ରକୃତିକୁ ଛାଡ଼ି କୃତ୍ରିମତାରେ ଚାଲେ ଅଧର୍ମ 

କର୍ମେ ମାତି ।।


ବିକାଶ ନାମେ ପ୍ରକୃତି ସଂଗେ କରୁଛି 

ଅବିବେକୀ ଅବିଚାର 

ମାନବ ଭୋଗୁଛି ଫଳ ତାର କୃତ୍ରିମତା

କୃତ କରମର ।।


ରେ ମୂଢ଼ ମାନବ କେବେ ତୁ ବୁଝିବୁ ପ୍ରକୃତି 

ହେଲେ ଅଶାନ୍ତ 

ଜଗତ ମଧ୍ୟରୁ ହେବ ଧୀରେ ଧୀରେ ଜୀବ 

ଜଗତର ଅନ୍ତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract