STORYMIRROR

Prafulla Chandra Mishra

Abstract

4  

Prafulla Chandra Mishra

Abstract

ଷ୍ଫୁରିଉଠିଲା ଦିଗନ୍ତ

ଷ୍ଫୁରିଉଠିଲା ଦିଗନ୍ତ

1 min
588


ଦେବୀ ଭବାନୀ ଜଗଧାତ୍ରୀ ଜଗତ୍ ଜନନୀ

(ଗାଇ) ତବ ଆଗମନୀ ଗୀତ, ଧରା ହୁଏ ପୁଲକିତ

             (୧)

ଆଷାଢେ ହୋଇଲା ଧାତ୍ରୀ ରଜୋବତୀ

ଡଉଲ ଡାଉଲ ଦିଶିଲା ସୁନ୍ଦରୀ ଫୁଲେ ଫୁଲେ ବିକଚିତ

ମଧୂ ସଉରଭ ତା ଦେହରୁ ଷ୍ଫୁରି ଉଠିଲା ଦିଗଦିଗାନ୍ତ,

ଅନିଳ ପରସେ ନଭ ମଣ୍ଡଳ କୁ ହୋଇ ଉଠେ ବିଚ୍ଛୁରିତ

 ଧରା ହେଲା ପୁଲକିତ, ।।

            (୨)

ଏ ସୁନ୍ଦର ରୂପ ହୋଇଣ ପ୍ରଲୁବ୍ଧ

ଦେବକୁଳ ଆକର୍ଷଣ ମୋହୋ ବସେ ଧୀରେ ଧୀରେ ଉପଗତ

ଦେବାତା ସକଳ ଆସିୟେ ଉର୍ବୀରେ ଦେବୀ

ଆବାହନେ ରତ

ଆସ ଜଗଦମ୍ବେ ଜଗତ ଜନନୀ ଆସ ଆସ ବିଶ୍ଵ ମାତ,

ଧରା ହେଲା ପୁଲକିତ ।।

            (୩)

ଏମିତି ଉତ୍-ଫୁଲେ କରୁଛି ସ୍ଵାଗତ

ଶସ୍ୟ ଶାଳିନୀ ସୁନୀଳ ପତନୀ ଧାତ୍ରୀ ଅଙ୍ଗେ ପରିହିତ

ସଜାଇ ଦେଇଛି ବଚିତ୍ର ଗାଲିଚା ଆସ ମହା ଦେବୀ ଆସ

ଅନୁଢା ଧରଣୀ ଅବଳା ହୃଦୟେ ଭକ୍ତି କରି ଅଙ୍କୁରିତ,

ଧରା ହେଲା ପୁଲକିତ ।।

              (୪)

କୁଆଁରୀ କନିଆଁ ମଧୁର ସଙ୍ଗୀତ

ଫୁଲ ବଉଳବେଣୀ ର ତାଳେ ସୁର କରି ମୁଖରିତ

ବନ୍ଦାପନା ଜହ୍ନ ଲକ୍ଷ୍ମୀ ନାରାୟଣ ପୂର୍ଣ୍ଣାଶା କର ପ୍ରାପତ

ଆଶ୍ଵିନ ପାର୍ବଣ ରୁତୁ୍ର ପୁଲକେ ସୁରେଶ୍ଵରୀ ଙ୍କ ଆଗତ,

 ଧରା ହୁଏ ପୁଲକିତ ।।

       (୫)

କାଶତଣ୍ଡି ପୁଷ୍ପ ସମାହାର ଦୃଶ୍ୟ

ମନକୁ ମୋହୁଛି ଆସ ଦଶଭୁଜା ଅସୁର କରିବ ହତ

ଲୋଲୁପ ତା ଦୃଷ୍ଟି ପାତେ ବସୁମତୀ ହୋଇଲାଣି ଅସ୍ତ ବ୍ୟସ୍ତ

ଧରଣୀ ତୁମର ଭଗିନୀ ସମାନ ରାକ୍ଷସ ରଚେ ବିତ୍-ପାତ,

 ଧରା ହୁଏ ମୁଖରିତ ।।

        (୬)

ସର୍ବ ସୁର ସତେ ଭବାନୀ ସହିତେ ହେଲ ଯଦି ଆବିର୍ଭୁତ

କର ଦୃଷ୍ଟିପାତ ମହାମାରୀ, ଭଳି ମହିଷାସୁର ନିପାତ

କର ସୁରପୁର ଦେବତା ସକଳ କରିଦେ ମାଆ ଲୋ ମୁକ୍ତ,

ଧରା ହୁଏ ପୁଲକିତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract