Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Abstract Inspirational

4  

Sukadev Mahanta

Abstract Inspirational

ଗୁରୁ ଦିବସର ଚିନ୍ତନ

ଗୁରୁ ଦିବସର ଚିନ୍ତନ

1 min
278



ହେ ଗୁରୁ ତୁମେ           ଚିର ଅମର

     ନାହିଁ କାହିଁ ତୁମ ତୁଳନା

ଏ ଜଗତରେ          ସଭିଙ୍କ ପୂଜ୍ୟ

   ନାହିଁ ତ ତୁମରି ଉପମା ||

ବିତରିଅଛ            ତୁମରି ଶିକ୍ଷା

    ତୁମେ ମହାନ୍ ପୂଣ୍ୟବାନ

 ସାରା ବିଶ୍ବରେ       ବ୍ୟାଖ୍ୟା କରିଛ

   ଆମ  ଭାରତୀୟ  ଦର୍ଶନ ||

ମାଡ୍ରାସ୍ ଠାରୁ         ମୈଶୂର ପୁଣି 

      କଲିକତା ଓ ବନାରସ

ହାଭାର୍ଡ ଠାରୁ         ମାଞ୍ଚେଷ୍ଟର ତ

  ଅକ୍ସଫୋର୍ଡ  ଦୀଲ୍ଲୀ ସରସ ||

ସବୁ ସ୍ଥାନରେ          ଶିଖାଇଅଛ

  ପ୍ରାଚ୍ୟ ଭାରତୀୟ ଦର୍ଶନ

ଏ ଭାରତର         ଶିକ୍ଷା କ୍ଷେତ୍ରରେ

    ରାଧାକୃଷ୍ଣନ୍ କମିସନ ||

ସ୍ବାଧୀନ ଦେଶେ        ଶିକ୍ଷା ବ୍ୟବସ୍ଥା

   ତୁମଠାରୁ ହୋଇ ଆରମ୍ଭ

ମହାଦ୍ରୁମଟେ         ହେବା ଦିଗରେ

   ସକଳ ଅବଦାନ ତୁମ୍ଭ ||

ତୁମରି ନୀତି         ତୁମ ରାଷ୍ଟ୍ରନୀତି

    ଅତୁଲ୍ୟ ତୁମ ରାଜନୀତି

ହେ ବନ୍ଦନୀୟ        ହେ ପୂଜନୀୟ

  ପ୍ରଥମ ଉପରାଷ୍ଟ୍ରପତି ||

ମହାନ ଗୁରୁ          ଉଜ୍ବଳ ତାରା

    ଆମ ଦ୍ବିତୀୟ ରାଷ୍ଟ୍ରପତି

ତୁମେତ ଆମ         ଚିର ପ୍ରଣମ୍ୟ

    ଆମ ପ୍ରଥମ ରାଷ୍ଟ୍ରପତି ||

ଜନମ ତୁମ          କରି ସାର୍ଥକ

   ଭାରତର ଶ୍ରେଷ୍ଠ ସନ୍ତାନ

 ଶିକ୍ଷା ଦର୍ଶନ          ଧ୍ରୁବତାରକା

    ତୁମେ ତ ଭାରତ ରତନ||

କରୁ ପ୍ରଣାମ          ଆଶିଷ ତୁମ

      ଲୋଡା ତୁମଜନ୍ମଦିବସେ

 ଆଦର୍ଶ ତୁମ           ଦିଗ ଦର୍ଶକ

      ହେଉ ସର୍ବ ଗୁରୁ ମାନସେ ||

ଗୁରୁ ହିଁ ବ୍ରହ୍ମା           ଗୁରୁ ହିଁ ବିଷ୍ଣୁ

       ଗୁରୁ ଅଟନ୍ତି ମହେଶ୍ବର

ଏଇ କଥାର           ସାବ୍ୟସ୍ତ ପାଇଁ

     ରଚନା ଗୁରୁ ଦିବସର ||

ଏ ଭାରତର           ଯେତେ ଶିକ୍ଷକ

        ତୁମକୁ କରୁଛି ପ୍ରଣାମ

ଜ୍ଞାନାଲୋକକୁ            ପ୍ରଜ୍ୱଳ କର

      ବଢୁ ଭାରତର ସୁନାମ ||

 ଭୌମ୍ୟ ଋଷିଙ୍କ          ଆରୁଣୀ ଅବା

        ଉପମନ୍ୟୁ ଶିଷ୍ୟ ମହାନ

ସୃଷ୍ଟି କରହେ           ସଫଳ ଶିଷ୍ୟ

   ଯେ ରଖିବ ଏ ଦେଶ ମାନ ||

ଚାଣକ୍ୟ ଯେହ୍ନେ         ନନ୍ଦ ବଂଶର

    ଅତ୍ୟାଚାର କରି ନିଶେଷ

ରାସ୍ତାକଡର            ଚନ୍ଦ୍ରଗୁପ୍ତଙ୍କୁ

    ଗଢିଦେଲେ  ମହା ମଣିଷ||

ଗୁରୁ ଚାଣକ୍ୟ          ଗଢିଣ ଦେଲେ

       ଅଖଣ୍ଡ ଭାରତ ବର୍ଷ

ଖର୍ବ କରିଣ           ଧନ ନନ୍ଦାହଂ

   ପ୍ରତିଷ୍ଠା କରି ମୌର୍ଯ୍ୟବଂଶ||

ହେ ଗୁରୁ ତୁମେ         ଅମାପ ଶକ୍ତି

       ବହିଅଛ ତୁମ ନିକଟେ

 ଚାହିଁଲେ ତୁମେ       ଦେଶ ବଢିବ

      ପ୍ରଗତି ଶୀଖର ନିକଟେ||

  ଜାଗ୍ରତ ହୁଅ       ହେ ଗୁରୁ ତୁମେ

      ଘଡିଷନ୍ଧି ଏଇ ମୁହୁର୍ତ୍ତେ

ଜାଗ୍ରତ କର          ଶିଷ୍ୟଙ୍କୁ ତୁମ

       ଗଢିବାକୁ ନୂଆ ଭାରତେ ||

ରାମ ରାଇଜ         ପ୍ରତିଷ୍ଠା ପାଇଁ

    ଶିଷ୍ୟଙ୍କୁ ଦିଅ ପ୍ରଶିକ୍ଷଣ

ଅନୀତି ମୁକ୍ତ          ନ୍ୟାୟ ଶାସନେ

    ହେଉ ଏ ଭାରତ ମହାନ||

 ଗୁରୁ ଦିବସେ            କର ଶପଥ

       ଗଢିବା ଦେଶକୁ ନୂତନ

ଶାନ୍ତି ମୈତ୍ରୀର          ଧ୍ବଜା ଉଡାଉ

      ବିଶ୍ବେ ନୂଆ ଜ୍ଞାନ ବିଜ୍ଞାନ||

 


Rate this content
Log in

Similar oriya poem from Abstract