STORYMIRROR

KSHIRADRI SAHU

Abstract Inspirational

4  

KSHIRADRI SAHU

Abstract Inspirational

ନାରୀ ବୋଲି ମୁଁ ଗର୍ବିତ

ନାରୀ ବୋଲି ମୁଁ ଗର୍ବିତ

1 min
366


ପରିସ୍ଥିତି ର କଷାଘାତରେ

ଅଭିନୟ କରିବାକୁ ପଡେ

କେବେ ଶିଶୁ ଭୂମିକାରେ

ହସି ହସାଏ ତ କେବେ 

ଖେଳି ଖେଳାଇବାକୁ 

ବାଣ୍ଟି ଦିଏ ଅସୁମାରୀ ଖୁସି ।

କେବେ ଝିଅ ଭୂମିକାରେ

ଘରର ଅଗଣାରେ ଆଙ୍କି ଦିଏ

ମମତାର ସ୍ବତଃ ପ୍ରତିମୂର୍ତ୍ତି

ଶିଖି ଶିଖାଏ ଜଞ୍ଜାଳ କୁ

ପଢି ବିଶ୍ଲେଷଣ କରେ

ସଂସାର ର ଅଭେଦ୍ୟ ସରଳାର୍ଥକୁ।।


କେବେ ସ୍ତ୍ରୀ ଭୂମିକାରେ

ସ୍ବାମୀର ଅର୍ଦ୍ଧାଙ୍ଗିନୀ ସାଜି

ଗଢି ତୋଳେ ସମ୍ପର୍କର ସେତୁ

ଆଗକୁ ବଢ଼ିବାରେ

ସଂସାର ଗଢିବାରେ

ନେଇ ଯାଏ ଉତ୍ତର ପିଢ଼ିର ଦ୍ବାର ଦେଶକୁ ।।


କେବେ ସାଥୀ ଭୂମିକାରେ

ବୁଝିପାରେ ଅନ୍ତରର 

ଲୁକ୍କାୟିତ ବେଦନା ସବୁକୁ

ବୁଝି ବୁଝାଏ ସେ

ଅଧେ ଦୁଃଖ ନେବା ପାଇଁ

ଜୀବନ ସମର୍ପି ଦିଏ ଅପରକୁ ।।


ପୁଣି ମା ଭୂମିକାରେ

ସର୍ବଂସହା ପାଲଟିଯାଏ

ଦୁଃଖ କଷଣ କୁ ହଜମ କରି ସେ

ନା କାନ୍ଦି ପାରେ

ନା କନ୍ଦାଇ ପାରେ

ହସି ହସି ସହି ଯାଏ ସକଳ କଷ୍ଟ କୁ ।।


ହେଲେ

ମାଗେନା ମମତାର ମୂଲ୍ୟ

ଶ୍ରମ ବଦଳ ବେତନ

ହୀରା ନୀଳା ମୋତି

ସେବା କରି ଦିନରାତି

ହରି ସଂସାର ଦୁର୍ଗତି

ନିମିଷେ କଷଣେ ଯାର ତରଳେ ଛାତି ।।


Rate this content
Log in

Similar oriya poem from Abstract