ଜଣାନାହିଁ ସେ କିଏ
ଜଣାନାହିଁ ସେ କିଏ
ଜାଣିନି କିଏସେ କାହାର ଆଖିରେ
ବୁଣୁଥିଲା ସ୍ୱପ୍ନ ମଞ୍ଜି
କା ମନ ଆକାଶେ କିଏସେ କେଜାଣି
ଜହ୍ନ ଦେଇଥିଲା ଖଞ୍ଜି I
ଜୋଛନା ନଈରେ ଭିଜାଉଥିଲା କେ
ହୃଦୟକୁ ପ୍ରତିକ୍ଷଣ
ମୃଦୁ ସୁମଧୁର ଛଳନାରେ କିଏ
ମୋହୁଥିଲା କାର ମନ I
କାହା ଆଖିତଳେ ତାରାଫୁଲ ସବୁ
ଫୁଟୁଥିଲେ ଗୋଟି ଗୋଟି
କାହାର କଣ୍ଠରୁ ଝରୁଥିଲା ସଦା
ପ୍ରଣୟ ମଧୁର ଗୀତି I
ସପନ ବିଭୋର ମନତଳେ କିଏ
ଜାଳିଥିଲା ଦୀପ ଶିଖା
କାହା ମୁଖେ କିଏ କେଉଁଦିନ କୁହ
ଭରି ଦେଇଥିଲା ଭାଷା I
ଇତିହାସ ହେଲା କାହିଁକି କେଜାଣି
ପ୍ରଣୟ ମଧୁର ସ୍ୱର
ଆଖିରୁ ହଜିଲା ସପନ କାହିଁକି
ଝରିଲା ଲୋତକ ଧାର I
