STORYMIRROR

Sukadev Mahanta

Abstract Inspirational

4  

Sukadev Mahanta

Abstract Inspirational

ନୂଆଖାଇ ଜୁହାର

ନୂଆଖାଇ ଜୁହାର

1 min
679

ବରଷକପରେ     ପୁଣି ଆଉ ଥରେ


     ଆସି ଅଛି ନୂଆଖାଇ 

  

ଯିଏ ଯେତେ ଦୂରେ    ରହିଥାଅ ପଛେ

     ଗାଆଁକୁ ଆସହେ ଧାଇଁ।।


ମାଆ ସୋମଲେଇ   ଆମରି ଭରଷା


     ଫଳାଏ ସୁନା ଫସଲ


ଭକତିର ଭରେ     ନବାନ୍ନ ବାଢିଣ


     ନୂଆଖାଇବା ହେ ଚାଲ ।।


ଗୁରୁଜନ ଯେତେ     ଆମର ପ୍ରଣମ୍ଯ

       ଜୁହାର କରିବା ଯାଇ


ଡାଲଖାଇ ନାଚ      ନାଚିବା ଆସହେ


      ଦୁଃଖଶୋକ ଭୁଲିଯାଇ ।।


ନୂଆଖାଇ ଆମ       ଗଣ ପରବ ହେ


      ମିଳିଣ ପାଳିବା ଆସ


ମାଆ ସୋମଲେଇ     ଦୟା ରହିଥିଲେ


      ଭେଟିବା   ଆରବରଷ ।।


ପଶ୍ଚିମ ଓଡିଶା    ଭାଇ ଭଉଣୀଙ୍କୁ


     ମୋର ନୂଆଖାଇ ଜୁହାର


ବର୍ଷ ପରେବର୍ଷ     ଖୁସି ବାଣ୍ଟୁଥାଉ


     ଆମ ନୂଆଖାଇ ତ୍ୟୋହାର ।।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract