Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Abstract

4  

Jagannath Barik

Abstract

ପ୍ରିୟାର ଓଢ଼ଣା

ପ୍ରିୟାର ଓଢ଼ଣା

1 min
567


ପ୍ରିୟାର ଓଢ଼ଣା ତଳେ ସଂସାରର

   ସବୁ ସୁଖରାଶି ଠୁଳ

ନନ୍ଦନ ବନର ପୁଷ୍ପିତ କାନନ

   ସଜ ପାରିଜାତ ଫୁଲ |


ବରୁଣ ଭୁବନ ଅମୂଲ୍ୟ ରତନ

   ଅଳକାର ବଇଭଵ

ନିତ୍ୟ ବୃନ୍ଦାବନ ନିକୁଞ୍ଜ ସଦନ

   ରାସରସ ସଉରଭ |


ଓଢଣାର ଘନ ବାରିଦ ଉହାଡ଼ୁ

   ମୁଖଚନ୍ଦ୍ର ଵିଲୋକନ

କୋଟିଏ ଲାବଣ୍ୟ ନିଧି ଉତପନ୍ନ

   ବିଜୟ ମୀନକେତନ |


ଚୂର୍ଣ୍ଣିଳ କୁନ୍ତଳ ଅଳକ ମଞ୍ଜୁଳ

   ଖଞ୍ଜନ ଅଞ୍ଜନ ଆଖି

ଜବାଧରେ ଶୋଭା କୁନ୍ଦଦନ୍ତ ଲୋଭା

  ମନ ରହିଯାଏ ଲାଖି |


ଓଢ଼ଣା ତଳର ଲାଜ ଲାଜ ହସ

   ମରମକୁ ଛୁଇଁଯାଏ

ଚୁପି ଚୁପି କଥା ଅଭିମାନ ରୁଷା

   ମାଦକତା ଭରିଥାଏ |


ଏ ଓଢ଼ଣୀ ମୋତେ ପାଗଳ କରଇ

   ମୋ ସମ୍ପତ୍ତି ଜଗିଥାଏ

ରସିକ ନାଗର ଭୋକିଲା ନଜର

  ପାଇଁକି ବାଧକ ହୁଏ |


ବେଦିରେ ୟା ଶୋଭା ନୈସର୍ଗିକ ପ୍ରଭା

   ସପନର ଇନ୍ଦ୍ରଧନୁ

ବାସର ରାତିର ଏହାର ଅନ୍ତର

   ପାଶୋର ନଯିବ ମନୁ |


ସେ ଓଢ଼ଣା ମୋର ସୁଖର ଦୁଃଖର

   ପ୍ରୀତି ପ୍ରଣୟର ସାଥି

ସେ ଓଢ଼ଣା ସାଥେ ଖେଳିଛି ମୁଁ କେତେ

   ବର୍ଣ୍ଣିଳ ବିଭୋର ରାତି |


ଆଜି ବୟଃ ଗତେ ତଥାପି ତା ମାଥେ

   ସ୍ମୃତି କରେ ଜାଗରିତ

ଜଗତ ବନ୍ଦନ ଏ ନାରୀ ଭୂଷଣ

   ଆଜି ନଗ୍ନ ବିଡ଼ମ୍ବିତ |



Rate this content
Log in

Similar oriya poem from Abstract