STORYMIRROR

Nibedita Mishra

Romance

4  

Nibedita Mishra

Romance

କାବ୍ଯ ନାୟିକା

କାବ୍ଯ ନାୟିକା

1 min
231


ଆଗୋ ଲାବଣ୍ଯା ତୁ ମୋ କାବ୍ଯ ନାୟିକା

ତୋ ପାଇଁ ହିଁ ତ ଲେଖେ ମୁହିଁ କବିତା।

କେବେ ସ୍ବପ୍ନ ରେ ଆସୁ ସାଜି ସ୍ବପ୍ନ ନାୟିକା

ତ କେବେ ଭାବନା ରେ ଆସୁ ତୁ ଅନାମିକା।

ତୁ ଆସିଲେ ସଜାଡି ଦେଇ ଯାଉ ମୋ ଦୁନିଆ

ଚାଲି ଗଲା ପରେ କିନ୍ତୁ ହୃଦୟ ରେ ଜଳେ ନିଆଁ।

ତୋ ଉପସ୍ଥିତି କଲମ କୁ ଦିଏ ମୋ ପ୍ରାଣ ସଞ୍ଚରି

ଶବ୍ଦ ସବୁ ଅତି ପୁଲକିତ ହୋଇ ପଡନ୍ତି ଝରି।

ଆହେ ମୋ ମନର କାବ୍ଯ ନାୟିକା ଲାବଣ୍ଯ ମୟୀ

ଜାଣେନି ତୋ ଠିକଣା ଅବା ତୋ ପରିଚୟ ମୁହିଁ।

ତଥାପି କାହିଁ ଖୋଜେ ତୋତେ ଦିବା ନିଶି ଅହରହ

ଥରୁ ଟେ ମିଳନ ର ଆଶା ଟିଏ ବହେ ମୋ ହୃଦୟ।

ହାତେ କଲମ ଧରି ବସିଲେ ଆସୁ ତୁ ଚୁପି ଚୁପି

କବିତା ହୋଇ ଲୋଟିପଡୁ କାଗଜେ ହସି ହସି।

ଯେବେ ଯେବେ ପଢେ ମୁହିଁ ସେଇ କବିତାଟିକୁ ପୁଣି

ସେବେ ସେବେ ଜୀବନ୍ତ ହୋଇ ଉଠୁ ହେଇ ସିୟାଣୀ।

ଚିର ଯୌବନା ତୋ ରୂପ ସମ୍ଭାର ରେ ମୁଁ ପାଗଳ

ହରାଏ ହିତାହିତ ଜ୍ଞାନ ପଢେ ଯିଏ ବୃଦ୍ଧ ଅବା ବାଳ।

ତୁ ମୋ ପ୍ରେରଣା ,ତୁ ମୋ କବିତାର ପ୍ରାଣକେନ୍ଦ୍ର

ତୁୁ ହିଁ ନାୟିକାଙ୍କ ତାରା ମେଳରେ ଏକମାତ୍ର ଚନ୍ଦ୍ର।

ସ୍ବଦେହେ ନ ହେଲେ ବି ସଦା ମୋ ମନରେ ଭାବନାରେ

ଆସୁଥା ତୁ କେବଳ ମୋର କବିତାର ପ୍ରତି ଧାରାରେ ।

ତୋତେ ଭେଟୁଥିବି ପଛେ ମୁହିଁ ସେହି କବିତା ରୂପରେ

ତୋ ମୋ ସମ୍ପର୍କ ରହିଥାଉ ଚିରଦିନ ଅମର ଧରାରେ।


Rate this content
Log in

Similar oriya poem from Romance