ଜୁଇନିଆଁ
ଜୁଇନିଆଁ
ପାଖେ ଅଛି ବୋଲି ବୁଝି ପାରୁନାହଁ
ମୋ ଭଲ ପାଇବା କେତେ ଗଭୀର
ଜୁଇରେ ଜଳିବି ଯାଇ ଯେତେବେଳେ
ଜୁଇନିଆଁ ଦେବ ତାର ଖବର ।
ପାଖେ ଥାଇ ଯେବେ ମନାସୁ ଥିଲି ମୁଁ
ତୁମର ମଙ୍ଗଳ ସୁଖ ସୌଭାଗ୍ୟ
ବୁଝି ପାରିଲନି ହୃଦୟର କଥା
ଜୁଇ ନିଆଁ ମୋର ବୁଝାଇ ଦେବ ।
ମୋର ଶବ ଯେବେ ଡେଇଁ ଚାଲିଯିବ
ତୁମର ଏରୁଣ୍ଡି ଘର ବାରଣ୍ଡା
ଶବ ଚାଲିଯିବ ଘରକୁ ଫେରିବ
(ଘର) ଇଟା ବି କହିବ ମୋହରି କଥା ।
ସକାଳୁ ଉଠିଲେ ମୁଁ ମନେ ପଡିବି
ଶଯ୍ୟାକୁ ଯାଇ ବି ମୋତେ ପାଇବ
ପଶ୍ଚାତାପ କରି କ୍ଷମା ମାଗିବାକୁ
ନିଶ୍ଚୟ ତୁମେ ଯେ ବିକଳ ହେବ ।
ମୋ ଜୁଇ ଜଳିଲେ ସେ ଅଗ୍ନିଶିଖା ବି
ତୁମ ସୁରକ୍ଷାର କଥା ଭାବିବ
ମୋ ପୁଣ୍ୟ ବଳରେ ପ୍ରଭୁଙ୍କ ପାଦରେ
ତୁମରି ମଙ୍ଗଳ ମନାସୁ ଥିବ ।
