STORYMIRROR

Sagar Kumar Parida

Tragedy

4  

Sagar Kumar Parida

Tragedy

ଜରି ଗୋଟାଳି

ଜରି ଗୋଟାଳି

1 min
250

ଜରି ଗୋଟାଳି ମୁଁ ଜରି ଗୋଟାଳି

ଝାଟି ମାଟି ଘରେ ଜୀବନ ମୋରି

ନାହିଁ ମୋର ମାନ ସମ୍ମାନ ଏଠି

ପେଟ ପାଇଁ ଖଟେ ମୁଁ ନିଇତି ।।


ଘରେ ମୋର ଚାରି ପିଲା କୁଟୁମ୍ବ

ବିଲ ବାଡ଼ି ନାହିଁ ଭାଗ୍ୟ ଖରାପ

ପେଟ ପୋଡ଼ିଯାଏ ଖାଦ୍ୟ ଅଭାବେ

ଜରି ଗୋଟା କର୍ମେ ବଞ୍ଚିଛି ଭବେ ।।


ଅନେକ ସ୍ୱପ୍ନ ବି ଥିଲା ମୋହର

ସବୁ ଆଜି ଇତିହାସ ବକ୍ଷର

କରି ପାରିଲିନି ଜୀବନେ କିଛି

ତଥାପି ସଂଘର୍ଷ ବଞ୍ଚିବା ଇଛି।।


ମୋର ସିନା ନାହିଁ ମାନ ଇଜତ୍

ପରିବେଶ ରଖେ ସଫା ମୁଁହିତ

ସେହି ପରିବେଶ ବହୁ ସୁନ୍ଦର

ଦେଖିଲେ ଆନନ୍ଦ ଜାଗେ ମନର ।।


ହେୟ ଜ୍ଞାନ କର ନାହିଁ ହେ ମୋତେ

ଉପକାରୀ ବନ୍ଧୁ ମୁଁ ତୁମ ଗୋଟେ

ସମ୍ମାନ ପାଇଁକି କରେନି ଆଶା

ଅବସ୍ଥା ଚକ୍ରରେ ମୋର ଏ ଦଶା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy